କେନ୍ଦ୍ର ସରକାର ରୂପା ଆମଦାନୀ ଉପରେ ଶନିବାର କଟକଣା ଲାଗୁ କରିଛନ୍ତି। କାରଣ ମୂଲ୍ୟବାନ ଧାତବ ଆମଦାନୀକୁ ନିୟନ୍ତ୍ରଣ କରିବା ଏବଂ ଦେଶର ବାହ୍ୟ କ୍ଷେତ୍ର ଉପରେ ଚାପ ହ୍ରାସ କରିବା ପାଇଁ ସରକାର ଏଭଳି ପ୍ରୟାସ ଜାରି ରଖିଛନ୍ତି। ଏକ ବିଜ୍ଞପ୍ତିରେ, ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ କହିଛନ୍ତି ଯେ , ରୁପା ସହିତ ରୂପା ମିଶ୍ରିତ ସୁନା ଏବଂ ପ୍ଲାଟିନମ୍ ପାଇଁ ଆମଦାନୀ ନୀତିକୁ ‘ମୁକ୍ତ’ ପରିବେର୍ତ୍ତ ‘ପ୍ରତିବନ୍ଧିତ’ ପର୍ଯ୍ୟାୟରେ ସାମିଲ କରାଯାଇଛି।
ପ୍ରତିବନ୍ଧିତ ବର୍ଗରେ ରଖାଯାଇଥିବା ସାମଗ୍ରୀର ଏବେ ଆମଦାନୀ ପାଇଁ ସରକାରୀ ଲାଇସେନ୍ସ ଆବଶ୍ୟକ ହେବ। ସଂପ୍ରତି କେନ୍ଦ୍ର ସରକାର ମୂଲ୍ୟବାନ ଧାତବ ପଦାର୍ଥର ଆମଦାନୀ ଉପରେ ତୀକ୍ଷ୍ଣ ନଜର ରଖିବା ସହ ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦେଉଛନ୍ତି।
ଶୁକ୍ରବାର ସରକାର ଆଗୁଆ ପ୍ରାଧିକରଣ ଯୋଜନା ଅଧୀନରେ ସୁନା ଆମଦାନୀକୁ ୧୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଆମଦାନୀ ଭିତରେ ସୀମିତ କରିଛନ୍ତି। ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫ୍ଟି) ବିଜ୍ଞପ୍ତି ମାଧ୍ୟମରେ ରତ୍ନ ଏବଂ ଅଳଙ୍କାର କ୍ଷେତ୍ରରେ ଆମଦାନୀକାରୀଙ୍କ ପାଇଁ କଠୋର ଅନୁପାଳନ ଆବଶ୍ୟକତା ପ୍ରଚଳନ କରିଛନ୍ତି। ସୁନା ଆମଦାନୀ ପାଇଁ ଆଗୁଆ ପ୍ରାଧିକରଣ ଜାରି କରାଯିବ। ସର୍ବାଧିକ ଅନୁମୋଦିତ ପରିମାଣ ସୀମା ୧୦୦ କିଲୋଗ୍ରାମ ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଡିଜିଏଫ୍ଟି ପ୍ରଥମ ଥର ଆବେଦନକାରୀଙ୍କ ପାଇଁ ମାନଦଣ୍ଡକୁ ମଧ୍ୟ କଠୋର କରିଛି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-4-scaled.jpg)
