ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରତିକ୍ରିୟା ରଖିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ପଶ୍ଚିମବଙ୍ଗ ଓ ଅନ୍ୟ ପ୍ରାନ୍ତର ନିର୍ବାଚନ ପରେ ଦର୍ଶନ ସୁଯୋଗ ମିଳିଲା । ମହାପ୍ରଭୁଙ୍କ ପାଖରେ ଓଡିଶା ବାସୀ ଓ ଦେଶବାସୀଙ୍କ ପାଇଁ ଆଶୀର୍ବାଦ ଲୋଡିଲି ବୋଲି କହିଛନ୍ତି । ସବୁ ବର୍ଗର ଲୋକଙ୍କ ପାଇଁ ଶାନ୍ତି ଓ ସମୃଦ୍ଧି କାମନା କଲି ।
ପିଲାଦିନ ପରେ ମୋତେ ପୁଣି ଥରେ ଦର୍ଶନ କରିବାର ସୁଯୋଗ ମିଳିଲା । ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବନିବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ଗତକାଲି ରାତିରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ଵାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ମନ୍ତ୍ରୀ ଓ ବିଜେପି କର୍ମକର୍ତ୍ତା ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-2-scaled.jpg)

