ଆନ୍ଦୋଳନ ସ୍ଥଳରେ ପୋଲିସ ଏସ୍ ଆଇଙ୍କ କୁମ୍ଭକର୍ଣ୍ଣ ନିଦ୍ରା ରେ ଶୋଇ ଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା

ଜେ ବି ଏନ, ୧୩/୧୨/୨୦୨୦, (ରିପୋର୍ଟ, ଯାଜପୁରରୁ ସରୋଜ କୁମାର ସାହୁ), ଯାଜପୁର : ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ରେ ଥିବା ସମସ୍ତ ୪୫୦ଟି ଟୋଲଗେଟରେ ଶୁକ୍ଳ ଆଦାୟ ବନ୍ଦ ଦାବିରେ ଚାଷୀ ଆଦୋଳନ କରାଯାଉଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଟୋଲଗେଟ ମାନଙ୍କରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ହେଲେ ପାଣି କୋଇଲି ଟୋଲଗେଟ ଠାରେ ପାଣି କୋଇଲି ଥାନା ଏସ ଆଇଙ୍କ ଡ଼ିଉଟି କୁ ନେଇ ଜନ ସାଧାରଣ ରେ ଚର୍ଚ୍ଚା ହେଉଛି। ଆନ୍ଦୋଳନ ରେ ବେଳେ ବେଳେ ଉତୋଜନା ଦେଖାଦିଏ। ତେଣୁ ଜନସାଧାରଣ ଲୋକଙ୍କୁ ସୁରକ୍ଷା କୁ ଦୃଷ୍ଟିରେ ରଖି ସେଠାରେ ପୋଲିସ ମୁତୟନ କରାଯାଏ। ଏଠି ପ୍ରଶ୍ନ ଉଠୁଛି ଯଦି ଜଣେ କତବ୍ୟନିଷ୍ଠ ପୋଲିସ si ଆନ୍ଦୋଳନ ସ୍ଥଳରେ ଏଭଳି ଘୋର ନିଦ୍ରାରେ ଶୋଇବେ ତେବେ ଜନସାଧାରଣ ମାନେ କେତେ ଦୂର ସୁରକ୍ଷିତ ତାହା ସାଧାରଣରେ ପ୍ରଶ୍ନବାଚୀ ଉଠୁଛି। ଟିକେ ଭଲଭାବରେ ଦେଖିନିଅନ୍ତୁ ବାବୁ ଜଣଙ୍କ ପିଣିକୋଇଲି ଥାନା ରେ siଭାବେ ନିଯୁକ୍ତ ରେ ଅଛନ୍ତି କିନ୍ତୁ ଆନ୍ଦୋଳନ ସ୍ଥଳରେ ବାବୁ ଜଣଙ୍କ କେମିତି ଦୀର୍ଘ ସମୟ ଧରି ଘୋର ନିଦ୍ରାରେ ଶୋଇ ଥିବା ପ୍ରକାଶ। ଆଉ ବାବୁ ଜଣଙ୍କୁ ପଚାରିବାରୁ ସେ କହୁଛନ୍ତି ମୋ ଅଣ୍ଟା ଦରଜ ମୁଁ ବୁଢା ହୋଇଗଲଣି ।ଡିପାଟମେଣ୍ଟ ଟୋକା ମାନଙ୍କୁ ଏଠି ଡିଉଟି ରେ ଲଗେଇବା କଥା। କିନ୍ତୁ ବୁଢାଙ୍କୁ ଡ଼ିଉଟି ରେ ଲଗାଉଛନ୍ତି। ଏଠି ପ୍ରଶ୍ନ ଉଠୁଛି ଯଦି ପୋଲିସ ନିଜକୁ ବୁଢ଼ା ବୋଲି କହି ନିଜକୁ ଏତେ ଦୁର୍ବଳ ର ପରିଚୟ ଦେବ ତା ହେଲେ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇବାରେ ପୋଲିସ କେତେ ଦୂର ସମଥ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l




