
(ଜେ ବି ଏନ /ସୁଶାନ୍ତ କୁମାର) ୧୩/୧୨ /୨୦୨୦ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଅଜଣା ବ୍ଯକ୍ତି ର ମୃତଦେହ ଉଦ୍ଧାର। ଉଦ୍ଧାର ର ତିନିଦିନ ପରେ ମୃତଦେହ ଚିହ୍ନଟ। ମୃତ ବ୍ୟକ୍ତି ଜଣଙ୍କ ହେଲେ କୁମୁରୂଶିଙ୍ଗା ଅଞ୍ଚଳର କଣ୍ଟାପାଳ ଗ୍ରାମର ଗୋପାଳ ବେହେରା ବୋଲି ଜଣାପଡିଛି ।ସୂଚନା ମୁତାବକ ଗତ ୧୧/୧୨/୨୦୨୦ ତାରିଖ ଦିନ ବଅଁରପାଳ ପୋଲିସ ନୂଆହତା ପଞ୍ଚାୟତ ଜୁରାଗାଡିଆ ଗ୍ରାମ ଗ୍ରୀଡ ଷ୍ଟେସନ ନିକଟରୁ ମୃତଦେହ ଉଦ୍ଧାର କରିଥିଲେ। ମୃତଦେହ ଚିହ୍ନଟ ହୋଇନଥିବାରୁ ବଅଁରପାଳ ପୋଲିସ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ମୃତ ଦେହ ବ୍ୟବଚ୍ଛେଦ କରାଇ ଶବ ଗୃହରେ ମୃତଦେହ ରଖାଇଥିଲେ।

ତିନିଦିନ ପରେ ଆଜି ୧୩/୧୨ /୨୦୨୦ ତାରିଖ ଦିନ ମୃତବ୍ୟକ୍ତି ର ପରିବାର ବର୍ଗ ଆସି ଥାନା ରେ ପହଁଚି ମୃତ ଦେହ ଚିହ୍ନଟ କରିବା ପାଇଁ ଚିକିତ୍ସାଳୟ କୁ ଯାଇଥିଲେ। ସେଠାରେ ପରିବାର ଲୋକେ ଚିହ୍ନଟ କରିବା ପରେ ବଅଁରପାଳ ପୋଲିସ ମୃତଦେହ କୁ ପରିବାରବର୍ଗ ଙ୍କୁ ହସ୍ତାନ୍ତର କରିଥିଲେ।



