ଅନୁଗୋଳ -ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ । ସକାଳୁ ଆମ୍ବ ଗୋଟାଇବାକୁ ଯାଉଥିବା ବେଳେ ହାତୀ ଆକ୍ରମଣ କରିଛି। ଫଳରେ ଦୁଇଟି ସ୍ଥାନରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଅନୁଗୁଳ ବନାଞ୍ଚଳ ପୁରୁଣାଗଡ ସେକସନ ବନ୍ତଳା ଥାନା ଅନ୍ତର୍ଗତ ଚନ୍ଦନପୁର ଗ୍ରାମର ହାତୀ ଆକ୍ରମଣରେ ଚନ୍ଦନପୁର ଗ୍ରାମର ଭୋଳେଶ୍ୱର ପ୍ରଧାନ (୬୫) ଏକ ଆମ୍ବ ବଗିଚାକୁ ଆମ୍ବ ଗୋଟାଇବା ପାଇଁ ଯାଇଥିଲେ। ଦନ୍ତା ହାତୀ ଆକ୍ରମଣରେ ସେ ପ୍ରାଣ ହରାଇଥିଲେ।
ଅନ୍ୟପଟେ ମଧୁପୁର ଗାଁର ଧୁଳିଆ ଦେହୁରୀ ନାମକ ଜଣେ ଵୃଦ୍ଧ ମଧ୍ୟ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଘଟଣାସ୍ଥଳରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି। ତେବେ ଗତ ଏକ ସପ୍ତାହ ମଧ୍ୟରେ ହାତୀ ଆକ୍ରମଣରେ ଅନୁଗୁଳ ଜିଲ୍ଲାରେ ୫ ଜଣଙ୍କ ମୃତ୍ୟୁ ହୋଇଛି।



