ଆଇଡି ମଦ ଯୋଗାଣକାରୀ ଗିରଫ, ବିପୁଳ ପରିମାଣର ଆଇ ଡି ମଦ ଜବତ

ଜେ ବି ଏନ, ୧୩/୧୨/୨୦୨୦, ପୁରୀ : ପୁରୀ ଜିଲ୍ଲା ପୋଲିସ ପୋଲିସ ପକ୍ଷରୁ ଚଢ଼ାଉ କରି ବିପୁଳ ପରିମାଣର ଆଇଡି ମଦ ଜବତ କରାଯାଇଛି l ସୂଚନା ମୁତାବକ ପୁରୀର କୃଷ୍ଣପ୍ରସାଦ ଥାନା ପକ୍ଷରୁ ଚଢାଉ କରି ବେଆଇନ ଆଇଡି ମଦ ଯୋଗାଣକାରୀଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ୬୬୫ ଲିଟର ଆଇଡି ମଦ ଏବଂ ଏକ ମାରୁତି ଓମନି ଭ୍ୟାନ୍ ଜବତ କରାଯାଇଛି।



