
ଜେ ବି ଏନ, ୧୪/୧୨/୨୦୨୦, ( ବ୍ୟୁରୋ ରିପୋର୍ଟ JRP), ଜଗତସିଂହପୁର : ଢ଼ିଙ୍କିଆ ରେ ପାଇପ ଲାଇନ କାର୍ଯ୍ୟ କୁ ବିରୋଧ କରି ବିକ୍ଷୋଭ । ପାରାଦ୍ୱୀପ ଠାରେ ହାଇଦ୍ରାବାଦ ପାଇପ ଲାଇନ ପ୍ରୋଜେକ୍ଟ କାର୍ଯ୍ୟ ଜୋରଦାର ଚାଲିଛି ! ଢ଼ିଙ୍କିଆ ପଞ୍ଚାୟତ ର ଅଧିକାଂଶ ଗୋଚର ଜମି ରେ ପାଇପ ଲାଇନ କାମ ହେବାରୁ ଗ୍ରାମ ବାସୀ ଏହାକୁ ବିରୋଧ କରୁଛନ୍ତି !ଜ଼ିଲ୍ଲା ପ୍ରଶାସନ ଓ ଢ଼ିଙ୍କିଆ ପଞ୍ଚାୟତ ର ପ୍ରତିନିଧି ମାନଙ୍କ ର ବାରମ୍ବାର ଆଲୋଚନା ବିଫଳ ହୋଇଛି ! ଗୋଚର ଜମିରେ ପାଇପ ଲାଇନ କାର୍ଯ୍ୟ କୁ ବିରୋଧ କରି ହଜାର ହଜାର ମହିଳା ପୁରୁଷ ଘଟଣା ସ୍ଥଳୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ! ୭ ଦିନ ଭିତରେ ବେଆଇନ୍ ଭାବେ ଗୋଚର୍ ଜମିରୁ ପାଇପ ଲାଇନ ହଟେଇବା ପାଇଁ ଦାବି କରିଛନ୍ତି ! ନଚେତ ଆଗାମୀ ଦିନରେ ଜ଼ିଲ୍ଲା ପ୍ରଶାସନ କିମ୍ବା ପାଇପ ଲାଇନ କର୍ତ୍ତୃପକ୍ଷ ଆଇନ୍ ଶୃଙ୍ଖଳା ପରିସ୍ଥିତି ପାଇଁ ଦାୟୀ ରହିବେ ବୋଲି ସଭାପତି ମୁରଲୀ ଧର ସାହୁ; ନିତ୍ୟାନନ୍ଦ ସ୍ୱାଇଁ; ଅକ୍ଷୟ ଦାସ୍; ସମିତି ସଭ୍ୟ ଦେବେନ୍ଦ୍ର ସ୍ୱାଇଁ;ପ୍ରମୁଖ ଚେତାବନୀ ଦେଇଛନ୍ତି !



