
(ଜେ ବି ଏନ /ସୁଶାନ୍ତ କୁମାର) ୧୪/୧୨/୨୦୨୦ ଢେଙ୍କାନାଳ : ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘର ଫାର୍ମାଫେଷ୍ଟ ୨୦୨୦ ‘ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟଅତିଥି ଭାବେ ଢେଙ୍କାନାଳ ସଂସଦ ଶ୍ରୀ ମହେଶ ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ସୁଜାତାରାଣୀ ମିଶ୍ର , ଓମସାର ଢେଙ୍କାନାଳ ଜିଲ୍ଲା ସଭାପତି ଡଃ ସତ୍ୟନାରାୟଣ ମହାପାତ୍ର ଓ ସଂପାଦକ ଡଃ ପ୍ରଦୌତି ବେହେରା ଯୋଗଦେଇଥିଲେ । ସଂଘର ଢେଙ୍କାନାଳ ଜିଲ୍ଲା ଶାଖା ସଭାପତି ଈଶ୍ୱର ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ରାଜ୍ୟସଂଘ

ସଭାପତି ଦିପ୍ତି ରଂଜନ ସ୍ୱାଇଁ କାର୍ଯ୍ୟକାରୀ ସଭାପତି ଚିନ୍ମୟ କୁମାର ସିହ୍ନା

ସାଧାରଣ ସଂପାଦକ ଶ୍ରୀକାନ୍ତ ଜେନା କୋଷାଧ୍ୟକ୍ଷ ପ୍ରଭାତ କୁମାର ସାହୁ ଯୁଗ୍ମସଂପାଦକ ମମତା ଚୌଧୂରୀ, କୃଷ୍ଣଚନ୍ଦ୍ର ସାହୁ ଓ ବନିତା ପାଟ୍ଟଶାଣୀ ସଂଗଠନ ସଂପାଦକ ଅନ୍ତୁ ମୁର୍ମୁ ଓ ପ୍ରୀତିମୟୀ ସାହୁ ରାଜ୍ୟ ସଂଘର ଉପଦେଷ୍ଟା ଦଶରଥ ଦାଶ, ପ୍ରଦ୍ୟୁମ୍ନ କୁମାର ସେଠ , ରାଜେନ୍ଦ୍ର କୁମାର ପ୍ରଧାନ , ଅକ୍ଷୟ କୁମାର ବିଶ୍ୱାଳ ଯୋଗଦେଇଥିଲେ । ଶାଖାର ସଂପାଦକ ଅନିଲ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରି ଫାର୍ମାଫେଷ୍ଠ ଆୟୋଜନର ଆଭିମୁଖ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଏହି ଉପଲକ୍ଷେ କୋଭିତ୍ ମହାମାରୀ ପରିଚାଳନା କ୍ଷେତ୍ରରେ ଫାର୍ମାସିଷ୍ଟମାନଙ୍କ ଭୂମିକା ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।



