
ଜେ ବି ଏନ୍, ୧୪/୧୨/୨୦୨୦,(ରିପୋର୍ଟ ଚୈତନ୍ୟ ସାହୁ), ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ଶିମିଳିପାଳ ପଞ୍ଚାୟତ କାଠପାଳ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା ।ସବୁ ଦିନ ପରି ଆଜି ମଧ୍ୟ ନିଜ ଗୃହ ପାଳିତ ଗାଈ,ଛେଳି ଚରାଇବା ପାଇ ଗାଁ ପାଖ ଜଙ୍ଗଲକୁ ନେଇଥିଲେ ଚୌର ସାହୁ କିଛି ସମୟ ଛେଳି, ଗାଈ ଚରିବା ପରେ ହଠାତ କିଛି ଶବ୍ଦ ଶୁଣି ଦେଖିଲା ବେଳକୁ ଗୋଟେ ବଳଦର ମୁଁହ ଫାଟି ଆଁ ହୋଇ ରକ୍ତ ବହୁ ଥିବାର ଦେଖିବା କୁ ମିଳିଥିଲା ।ଘଟଣାରୁ ସ୍ପଷ୍ଟ ଭାବରେ ଜଣା ପଡୁଥିଲା ଯେ କିଛି ଦୁର୍ବୃତ ଜଙ୍ଗଲି ଜୀବଜନ୍ତୁ ମାରିବା ପାଇଁ ବାରା ଗୁଳା ବିଛାଇଥିବା ବେଳେ ତାର ଶିକାର ହେଉଛନ୍ତି କିଛି ନିରୀହ ଗାଈ ,ବଳଦ ମାନେ ।ଗୁରୁତର ବଳଦକୁ ଆଣି ବଳଦ ମାଲିକ ଚିକିତ୍ସା କରି ଘରେ ରଖିଛନ୍ତି । ଏହିପରି ଖୋଲାମ ଖୋଲା ଭାବେ ଜଙ୍ଗଲି ଜନ୍ତୁଙ୍କୁ ମାରିବା ପାଇଁ ପ୍ରୟାସ କରୁଥିବା ବେଳେ ବନବିଭାଗ ନୀରବରେ ବଶି ରହିଛନ୍ତି କଣ ପାଇଁ ।



