କର୍ଣ୍ଣାଟକ-ଆନ୍ଧ୍ରରେ ରେଳ ମଲ୍ଟିଟ୍ରାକିଂକୁ କ୍ୟାବିନେଟ୍ର ସବୁଜ ସଙ୍କେତ; ₹୧,୨୬୪ କୋଟିର ପ୍ରକଳ୍ପ ୨୦୨୮-୨୯ ସୁଦ୍ଧା ସମ୍ପୂର୍ଣ୍ଣ ଲକ୍ଷ୍ୟ ନୂଆଦିଲ୍ଲୀ: ଦକ୍ଷିଣ ଭାରତରେ ରେଳ ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଆର୍ଥିକ ବ୍ୟାପାର କ୍ୟାବିନେଟ କମିଟି (CCEA) କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ବଲ୍ଲାରୀ-ଗୁଣ୍ଟାକାଲ ରେଳ ସେକ୍ସନର ତୃତୀୟ ଓ ଚତୁର୍ଥ ଲାଇନ୍ ନିର୍ମାଣ ପ୍ରକଳ୍ପକୁ ଅନୁମୋଦନ କରିଛି। ପ୍ରକଳ୍ପର ମୋଟ ଆନୁମାନିକ ବ୍ୟୟ ₹୧,୨୬୪ କୋଟି ରହିଛି। ‘ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍’ ଅଧୀନରେ ପ୍ରସ୍ତୁତ ଏହି ପ୍ରକଳ୍ପ ୨୦୨୮-୨୯ ସୁଦ୍ଧା ସମ୍ପୂର୍ଣ୍ଣ...






