ନୁଆପଡ଼ା ଉପ-ନିର୍ବାଚନ ପାଇଁ ଆଜି ସକାଳୁ ମତଦାନ ଆରମ୍ଭ ହୋଇଛି । ସୁରୁଖୁରୁରେ ଭୋଟିଂ ଚାଲିଥିବାବେଳେ ୧୧ଟା ସୁଦ୍ଧା ୩୨.୫୧ ପ୍ରତିଶତ ଭୋଟିଂ ହୋଇଛି। ସକାଳ ୯ଟା ସୁଦ୍ଧା ନୂଆପଡାରେ ସକାଳ ୯ଟା ସୁଦ୍ଧା ନୂଆପଡାରେ ୧୪.୯୯ ପ୍ରତିଶତ ମତଦାନ ହୋଇଥିଲା।ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ସୁରକ୍ଷାବଳ, ରାଜ୍ୟ ସଶସ୍ତ୍ର ବାହିନୀ ଓ ପୁଲିସ ଅଧିକାରୀଙ୍କୁ ଗୁରୁଦାୟିତ୍ବ ଦିଆଯାଇଛି। ଆସନ୍ତା ୧୪ରେ ଭୋଟ୍ ଗଣତି ଥିବାରୁ ଅଧିକ ପୁଲିସ ଓ ସୁରକ୍ଷାବାହିନୀ ମୁତୟନ କରାଯିବ ବୋଲି ସୂଚନା ମିଳିଛି। ନୂଆପଡ଼ା ନିର୍ବାଚନମଣ୍ଡଳୀ(୭୧)ର ଉପ-ନିର୍ବାଚନ ପାଇଁ ୩୫୮ ବୁଥ ରହିଛି। ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ସରକାରୀ ନେସନାଲ ଉଚ୍ଚ ବିଦ୍ୟାଳୟରେ ୨ଟି,...




