ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦୃଢ଼ ନେତୃତ୍ୱ ଓ ଦୃଷ୍ଟିଭଙ୍ଗୀରେ ଓଡ଼ିଶାର ସହର ଉନ୍ନୟନ ଏବେ ନୂତନ ଗତି ଧାରଣ କରିଛି। ‘ବିକଶିତ ଓଡ଼ିଶା @୨୦୩୬’ ଲକ୍ଷ୍ୟକୁ ସାକାର କରିବା ପାଇଁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ଓଡ଼ିଶା ଅର୍ବାନ ଏକାଡେମୀରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏକ ସମୟସୀମାବଦ୍ଧ ଓ ଫଳକେନ୍ଦ୍ରିତ ରୋଡମ୍ୟାପ୍ର ସ୍ପଷ୍ଟ ଦିଗନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ଡାକୁଆଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ସମୀକ୍ଷା ସମୟରେ ମନ୍ତ୍ରୀ ଡଃ ମହାପାତ୍ର...






