


ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦ୍ୱାଦଶାହ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବେ । ଝାରସୁଗୁଡା ସରବାହାଲର ହାଇସ୍କୁଲ ପଡିଆରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ବିମାନ ଯୋଗେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ମଧ୍ୟାହ୍ନ ୧୨ଟାରେ ଅବତରଣ କରିବେ । ସେଠାରୁ ହେଲିକପ୍ଟରରେ ଆସି ଅସ୍ଥାୟୀ ହେଲିପ୍ୟାଡ୍ରେ ୧୨ଟା ୧୫ମିନିଟରେ ଅବତରଣ କରି ନିକଟରେ ଥିବା ସରବାହାଲ ହାଇସ୍କୁଲ ପଡ଼ିଆକୁ ଯାଇ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେବେ । ଏହି ସଭାରେ ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ବିଧାୟକ, ବିରୋଧୀ ଦଳନେତା ଓ ସାଂସଦମାନେ ଯୋଗଦେବେ । ସୁରକ୍ଷା ପାଇଁ ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯାଇଛି ।

ମଶା ନିରାକରଣ ନିମନ୍ତେ ଜିଲ୍ଲା କଂଗ୍ରେସ ତରଫରୁ ପୌର ନିର୍ବାହୀ ଅଧିକାରୀ ଙ୍କୁ ଦାବୀ ପତ୍ର ଅନୁଗୋଳ ପୌରପାଳିକା ବହୁ ମୌଳିକ ସମସ୍ୟା ଦେଇ ଗତି କରୁଛି। ଅନୁଗୋଳ ସହରରେ ଏବେ ବହୁଳ ଭାବରେ ମଶା ହେଉଛନ୍ତି। ଅନୁଗୋଳ ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲା କଂଗ୍ରେସ ର ସାଧାରଣ ସମ୍ପାଦକ ତଥା ପୂର୍ବତନ କାଉନ୍ସିଲର ବଲବୀର ସିଂ ଙ୍କ ନେତୃତ୍ବରେ ମଶା ନିରାକରଣ ନିମନ୍ତେ ନଗରପାଳ ଙ୍କ ଅନୁପସ୍ଥିତ ରେ ପୌର ଅଧିକାରୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି। କଂଗ୍ରେସ କର୍ମୀମାନ ଙ୍କ ଅଭିଯୋଗ ଯେ, ସହରରେ ଥିବା ନାଳ ନର୍ଦ୍ଦମା ଗୁଡିକର ଠିକ୍ ଭାବରେ ସଫେଇ ହେଉନାହିଁ, ନାଳ...

ରାଜ୍ୟର ୧୦ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ ଉଦ୍ଘାଟିତ କଟକ : ରାଜ୍ୟର ୧୦ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ ଉଦ୍ଘାଟିତ ହୋଇଛି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି. ୱ।ଇ ଚନ୍ଦ୍ରଚୂଡ ଭର୍ଚୁଆଲ ହାଇକୋର୍ଟକୁ ଉଦଘାଟନ କରିଛନ୍ତି। ସମ୍ବଲପୁର, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଭଦ୍ରକ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର, ବଲାଙ୍ଗୀର, କୋରାପୁଟ ଜିଲ୍ଲାର ଜୟପୁର, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ଭର୍ଚୁଆଲ ହାଇକୋର୍ଟ କାର୍ଯ୍ୟ କରିବ । ଓଡିଶା ଜୁଡିସିଆଲ ଏକାଡେମୀରେ ଆୟୋଜିତ ଉଦଘାଟନୀ ଉତ୍ସବରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଓ ଅନ୍ୟ ବିଚାରପତିମାନେ ଉପସ୍ଥିତ ଥିଲେ । ସୁପ୍ରିମକୋର୍ଟ...

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ ଅନ୍ତର୍ଗତ ଖଡ଼ଗପ୍ରସାଦ ଗ୍ରାମ ପଞ୍ଚାୟତ ପାଖରେ ଥିବା ବ୍ରହ୍ମାଣୀ ଟ୍ରକ ୱେଲଫେଆର ଆସୋସିଏସନ ଠାରେ ଆଖପାଖ ଗ୍ରାମର ବିଭିନ୍ନ ସମସ୍ଯାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଟ୍ରକ୍ ଆସୋସିଏସନ ର ସଭାପତି ତଥା ଢେଙ୍କାନାଳ ସଦର ବିଧାୟକ ଶ୍ରୀ ସୁଧିର କୁମାର ସାମଲ, ଆଞ୍ଚଳିକ ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜାସଂଘ ର ସଭାପତି ଶ୍ରୀ ଗଙ୍ଗାଧର ସାମଲ, ବିନୋଦ ସାହୁ, ଜୟନ୍ତ ନାଥ, ନିବାରଣ ରାଉତ, ନରେନ୍ଦ୍ର କୁମାର ସାହୁ, ଅଖିଳ ମହାପାତ୍ର ଙ୍କ ସହିତ ସମସ୍ତ କାରଖାନା ଗୁଡ଼ି କର ଆଖପାଖରେ ଥିବା ଗ୍ରାମର ପ୍ରାୟ ୧୩ ଜଣ ସରପଞ୍ଚଙ୍କୁ ନେଇ...

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆଜି ଜନତା ମଇଦାନରେ ଉଦ୍ଘଟିତ ହୋଇଛି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାରିଗର ଓ ବୁଣାକାରମାନଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ଭକୁ ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ . ଅରବିନ୍ଦ କୁମାର ପାଢ଼ୀ ପାଠ କରିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଥିଲେ ଯେ ‘‘ ଓଡ଼ିଶା କଳାର ରାଜ୍ୟ । କଳାଭୂମି । ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ ଦେଶବିଦେଶରେ ଗୌରବ ବଢ଼ାଇଛି । ଆମର କାରିଗରମାନଙ୍କ ପାଇଁ...

ଅନୁଗୋଳ ଜିଲ୍ଲା ନାଲକୋ ଥାନା କାଣ୍ଡସର ଗ୍ରାମର ରହୁଥିବା ଜଣେ ମହିଳା ଙ୍କ ଶିଶୁର ମୃତ୍ୟୁ ଗତକାଲି ରାତିରେ ହୋଇଯାଇଥିଲା। ହତ୍ୟା କରାଯାଇଥିବା ନେଇ ନାଲକୋ ଥାନାରେ ଅଭିଯୋଗ କଲେ ସାନ କେରଜାଙ୍ଗ ଗ୍ରାମର ଦାଦା ମିଲୁ ନାଏକ ଓ ପିଉସୀ ମିଲି ନାଏକ । ସୂଚନା ଯେ, ସାନ କେରଜାଙ୍ଗ ଗ୍ରାମର ମିଲୁ ନାଏକ ଙ୍କ ବଡ ଭାଇ ଦିଲ୍ଲିପ ନାଏକ ଙ୍କୁ କାଣ୍ଡସର ଗ୍ରାମର କଳ୍ପନା ନାଏକ ଙ୍କୁ ବିବାହ କରିଥିଲେ ଏବଂ ତିନି ଟି ପିଲା ନେଇ ପରିବାର ଥିଲା । ୩ ରୁ ୪ ବର୍ଷ ହେବ ଦିଲ୍ଲିପ ଙ୍କ ମୃତ୍ୟୁ ପରେ କଳ୍ପନା କାଣ୍ଡସର...

ରାଜ୍ୟରେ ସାଇବର ଅପରାଧ ରୋକିବାକୁ ସରକାରୀ ସ୍ତରରେ ଯାରି ପ୍ରୟାସକୁ ଆହୁରି ବ୍ୟାପକ କରାଯିବ । ଦୈନିକ ଆର୍ଥିକ ଏବଂ ମହିଳା ଓ ଶିଶୁମାନଙ୍କ ଉପରେ ଯୌନଜନିତ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏଥି ନିମନ୍ତେ ଏକ ବୈଠକ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ତୃଣମୂଳ ସ୍ତରରେ ସାଇବର ଅପରାଧ ବିରୋଧି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । ବିଶେଷକରି ବୃଦ୍ଧବୃଦ୍ଧା, ଛାତ୍ରଛାତ୍ରୀ, ଆଶା ଓ ଅଙ୍ଗନଓ୍ୱାଡି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ସମେତ ଉକ୍ତ...

ରାଜ୍ୟସ୍ତରୀୟ ଶହୀଦ ଦିବସ ଅବସରରେ ଓଡିଶା ବିଧାନସଭା ପ୍ରାଙ୍ଗଣରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ଯ, ବିଧାୟକ ଓ ସାଂସଦମାନେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି।
ରାଜ୍ୟରେ ୩୦ ଜିଲ୍ଲାରୁ ୨୪ ଘଣ୍ଟା ମଧ୍ୟରେ ୨୯୮୯ ପଜିଟିଭ୍ ଚିହ୍ନଟ ଜେ ବି ଏନ, ୧୫/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୮୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୮୩୪୨ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭୩୩ ଜଣ କ୍ରାରେଣ୍ଟାଇନରେ ରହିଥିବା ବେଳେ ୧୨୫୬ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।









All rights reserved. Designed by Inter Softech