ଅନୁଗୋଳ ଜିଲ୍ଲା ନାଲକୋ ଥାନା କାଣ୍ଡସର ଗ୍ରାମର ରହୁଥିବା ଜଣେ ମହିଳା ଙ୍କ ଶିଶୁର ମୃତ୍ୟୁ ଗତକାଲି ରାତିରେ ହୋଇଯାଇଥିଲା। ହତ୍ୟା କରାଯାଇଥିବା ନେଇ ନାଲକୋ ଥାନାରେ ଅଭିଯୋଗ କଲେ ସାନ କେରଜାଙ୍ଗ ଗ୍ରାମର ଦାଦା ମିଲୁ ନାଏକ ଓ ପିଉସୀ ମିଲି ନାଏକ । ସୂଚନା ଯେ, ସାନ କେରଜାଙ୍ଗ ଗ୍ରାମର ମିଲୁ ନାଏକ ଙ୍କ ବଡ ଭାଇ ଦିଲ୍ଲିପ ନାଏକ ଙ୍କୁ କାଣ୍ଡସର ଗ୍ରାମର କଳ୍ପନା ନାଏକ ଙ୍କୁ ବିବାହ କରିଥିଲେ ଏବଂ ତିନି ଟି ପିଲା ନେଇ ପରିବାର ଥିଲା ।
୩ ରୁ ୪ ବର୍ଷ ହେବ ଦିଲ୍ଲିପ ଙ୍କ ମୃତ୍ୟୁ ପରେ କଳ୍ପନା କାଣ୍ଡସର ଗ୍ରାମରେ ରହିଥିଲେ । ଦିଲ୍ଲୀପଙ୍କ ବଡ ଭାଇ ପାଖରେ ଦୁଇ ପିଲା ରହୁଥିବା ବେଳେ ସାନ ପୁଅ କଳ୍ପନା ପାଖରେ ରହୁଥିଲେ। କାଣ୍ଡସର ଗ୍ରାମରେ କଳ୍ପନା ଦ୍ବିତୀୟ ବିବାହ କରି ରହିଥିବା ଅଭିଯୋଗ ଆଣିଛନ୍ତି ମୃତ ଦିଲ୍ଲୀପ ଙ୍କ ସମ୍ପର୍କୀୟ । ବିବାହ ପରେ ସାନ ପୁଅ ଆୟୁଷ ବି ତାଙ୍କ ସହ ରହୁଥିଲେ। ଗତ ୩୦/୦୧ ତାରିଖ ଦିନ ଆୟୁଷ ର ମୃତ୍ୟୁ ଖବର ଦାଦା ମିଲୁ ସାହି ପଡ଼ିଶାଙ୍କ ପାଖରୁ ଖବର ପାଇଥିଲେ। ମିଲୁ କାଣ୍ଡସର ଗ୍ରାମ କୁ ଆସି ଦେଖିଲା ବେଳେକୁ ପୁତୁରା ଙ୍କୁ ପୋତି ଶେଷକୃତ୍ୟ ଶେଷ କରି ଦେଇଥିଲେ। ଏ ନେଇ ନାଲକୋ ଥାନାରେ ପୁତୁରା କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ। ନାଲକୋ ପୋଲିସ ଅଭିଯୋଗ ପାଇବା ପରେ ଆଜି କାଣ୍ଡସର ମଶାଣି ପଡ଼ିଆକୁ ଯାଇ ପୋତା ଯାଇଥିବା ଆୟୁଷ ର ମୃତ ଶରୀର କୁ ବାହାର କରାଯାଇଥିଲା। ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ବ କରିଥିଲେ। ଆୟୁଷ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଅଣାଯାଇଥିଲା। ମୃତ ଆୟୁଷ ବ୍ୟବଚ୍ଛେଦ ଏବଂ ତଦନ୍ତ ପରେ ହିଁ ପ୍ରକୃତ ସତ୍ୟାସତ୍ୟ ଜଣା ପଡିବ ବୋଲି ନାଲକୋ ଥାନା ଅଧିକାରୀ ମତ ପ୍ରକାଶ କରିଛନ୍ତି।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)