ନାଗରିକ ସଂହିତା ବିଲ୍ କୁ ନେଇ ଆସାମ ସରକାରଙ୍କ ବଡ ନିଷ୍ପର୍ତ୍ତି। ଆସାମ ବିଧାନସଭାରେ ଐତିହାସିକ ସମାନ ନାଗରିକ ସଂହିତା ବିଲ୍ ପାରିତ ହୋଇଛି। ଏହି ବିଲ୍ ଉତ୍ତରାଖଣ୍ତ ଏବଂ ଗୁଜୁରାଟ ପରେ ଆସାମ ଦେଶର ତୃତୀୟ ରାଜ୍ୟ ଭାବେ ଏହି ଆଇନକୁ ମଞ୍ଜୁରୀ ଦେଇଛି।ଚାଲୁ ରହିଥିବା ପାଞ୍ଚ ଦିନିଆ ବିଧାନସଭା ଅଧିବେଶନର ଶେଷ ଦିନରେ ଏହି ବିବାଦୀୟ ବିଲ୍ ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା। କଂଗ୍ରେସ, ରାଇଜୋର ଦଳ ଓ ତୃଣମୂଳ କଂଗ୍ରେସ (ଟିଏମସି) ଭଳି ପ୍ରମୁଖ ବିରୋଧୀ ଦଳଗୁଡ଼ିକ ଏହି ଆଇନକୁ ସିଲେକ୍ଟ କମିଟି ନିକଟକୁ ପଠାଇବା ସହ ଅଧିକ ସମୀକ୍ଷା ପାଇଁ ଦାବି କରିଥିଲେ ହେଁ, ମୁଖ୍ୟମନ୍ତ୍ରୀ...




