ଭୁବନେଶ୍ବର/ ନୂଆପଡ଼ା: ଜିନ୍ଦାବାଦ, ଆରୋପ-ପ୍ରତ୍ୟାରୋପର ରାଜନୀତି ସରିବା ପରେ ମଙ୍ଗଳବାର ନୂଆପଡ଼ା ଉପ-ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। କାଁ ଭାଁ ବିଶୃଙ୍ଖଳାକୁ ଛାଡ଼ି ଦେଲେ ସୁରୁଖୁରୁରେ ଭୋଟ ଗ୍ରହଣ ହୋଇଛି। ସନ୍ଧ୍ୟା ୮ଟା ସୁଦ୍ଧା ପ୍ରାୟ ୮୧.୪୫% ମତଦାନ ହୋଇଛି। ୧୪ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ମେସିନ୍ରେ ସିଲ୍ ହୋଇଛି।ଆସନ୍ତା ୧୪ରେ ଭୋଟ ଗଣତି ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଆର.ଏସ୍.ଗୋପାଳନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଶାନ୍ତି ଶୃଙ୍ଖଳାରେ ନୂଆପଡ଼ା ଉପ-ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଛି। ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ୩୫୮ ମତଦାନ କେନ୍ଦ୍ରରେ ମକ୍ ପୋଲ ସଫଳତାର ସହ ସମାପ୍ତ ହୋଇଥିଲା। ମକ୍...




