ପୁସ୍ତପୁର ନିକଟରେ କାର ଦୁର୍ଘଟଣା, ଜଣେ ମୃତ, ଜଣେ ଗୁରୁତର ଜେ ବି ଏନ, ବ୍ରହ୍ମପୁର ( ଟୁକୁନା ପ୍ରଧାନ, ୧୪/୦୪/୨୦୨୧)-: ଆଜି ରାତି ୭.୩୦ ମିନିଟ୍ ସମୟରେ ଗଞ୍ଜାମ ଜିଲ୍ଲାର ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ପୁସ୍ତପୁର ନିକଟରେ କାର ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ପୁସ୍ତପୁର ଗ୍ରାମର ରାହୁଲ ଘୋଷ ଓ ନାଇକାଣି ପଲ୍ଲୀ ଗ୍ରାମର ସୁନୀଲ ଭୂୟାଁ ଏକ ମାରୁତି ରିଜ୍ (OR 02 BH 7945 ) ଗାଡ଼ିରେ ଖଲ୍ଲିକୋଟ ଅଭିମୁଖେ ଯାଉଥିବା ବେଳେ ପୁସ୍ତପୁର ଠାରୁ ମଥୁରା ମଧ୍ୟରେ ରାସ୍ତା...






