ଭୁବନେଶ୍ବର: କାଶ୍ମୀରରୁ ଆସୁଥିଲା ସେଓ, ଓଡ଼ିଶାରୁ ନିଆଯାଉଥିଲା ଗଞ୍ଜେଇ। ଓଡ଼ିଶାର ଗଞ୍ଜେଇ ଲିଙ୍କ୍ ଲମ୍ବିଛି କାଶ୍ମୀର ଯାଏଁ। ଏଭଳି ଏକ ଗ୍ୟାଙ୍ଗକୁ ଜମ୍ମୁରୁ ଗିରଫ କରି ଭୁବନେଶ୍ବର ଆଣିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ-NCB। ଦୁଇ ଜଣ ଆନ୍ତଃ ରାଜ୍ୟ ଗଞ୍ଜେଇ ବେପାରୀ ବିକ୍ରମ ସିଂହ ଓ ତାଙ୍କ ସହଯୋଗୀଙ୍କୁ ବାନ୍ଧି ଭୁବନେଶ୍ବରକୁ ଅଣାଯାଇଛି।
ଗଞ୍ଜେଇ ଚାଲାଣ ପାଇଁ ଏମାନେ ରଚିଥିଲେ ଏକ ବଡ଼ ପ୍ଲାନ୍। କନ୍ଧମାଳରୁ ଗଞ୍ଜେଇ ଆଣୁଥିଲେ, ଏହାକୁ ସେଓ ଗାଡ଼ିରେ ଲୁଚାଇ ନେଇ କାଶ୍ମୀର ଓ ପରେ ପାକିସ୍ତାନରେ ବିକୁଥିଲେ। ପାକିସ୍ତାନରେ ଭାରତୀୟ ଗଞ୍ଜେଇର ବେଶ୍ ଚାହିଦା ରହିଛି। ତେଣୁ ଓଡ଼ିଶାର ଗଞ୍ଜେଇକୁ ଦୀର୍ଘ ଦିନ ଧରି ଏମାନେ ଏଭଳି ଚାଲାଣ କରୁଥିଲେ। ଏହାପଛରେ ଆଉ କିଏ ସଂପୃକ୍ତ ସେ ସବୁର ତଥ୍ୟ ଖୋଜା ଚାଲିଛି।



