ଭାରତୀୟ ଜନତା ପାର୍ଟିର ଅନୁଗୁଳ ଜିଲ୍ଲା ST ମୋର୍ଚ୍ଚା ସଭାପତି ଭାବେ ଅଜିତ୍ କୁମାର ଭୋଇଙ୍କୁ ଗୁରୁଦାୟିତ୍ୱ

ଅନୁଗୁଳ: ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଜିତ୍ କୁମାର ଭୋଇଙ୍କୁ ଅନୁଗୁଳ ଜିଲ୍ଲା ଅନୁସୂଚିତ ଜନଜାତି (ST) ମୋର୍ଚ୍ଚାର ସଭାପତି ଭାବେ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି। ଦଳର ଏହି ନିଷ୍ପତ୍ତିକୁ ଅନୁଗୁଳ ଜିଲ୍ଲାର ଜନଜାତି ସମ୍ପ୍ରଦାୟ ଏବଂ ଦଳୀୟ କର୍ମୀମାନଙ୍କ ମଧ୍ୟରେ ସ୍ୱାଗତ କରାଯାଇଛି।
ଦୀର୍ଘ ଦିନ ଧରି ଦଳୀୟ ସଂଗଠନକୁ ସୁଦୃଢ଼ କରିବା, ଜନଜାତି ସମାଜର ବିଭିନ୍ନ ସମସ୍ୟା ଉପରେ ସ୍ୱର ଉତ୍ତୋଳନ କରିବା ସହ ସାମାଜିକ ଓ ସଂଗଠନିକ କାର୍ଯ୍ୟକଳାପରେ ସକ୍ରିୟ ଭୂମିକା ନିଭାଇ ଆସୁଥିବା ଅଜିତ୍ କୁମାର ଭୋଇଙ୍କୁ ଏହି ଦାୟିତ୍ୱ ମିଳିବା ପରେ ଦଳୀୟ ମହଲରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ତାଙ୍କ ନେତୃତ୍ୱରେ ଅନୁଗୁଳ ଜିଲ୍ଲାରେ ST ମୋର୍ଚ୍ଚା ଆହୁରି ସଶକ୍ତ ହେବା ସହ ଜନଜାତି ସମାଜର ବିକାଶ, ଅଧିକାର ସୁରକ୍ଷା ଓ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ଦିଗରେ ନୂତନ ଗତି ସୃଷ୍ଟି ହେବ ବୋଲି ଆଶା ପ୍ରକାଶ ପାଇଛି। ଏହି ଅବସରରେ ଅଜିତ୍ କୁମାର ଭୋଇ ଦଳର ଶୀର୍ଷ ନେତୃତ୍ୱଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି ଯେ, ତାଙ୍କ ଉପରେ ଦଳ ଯେଉଁ ଭରସା ଓ ଦାୟିତ୍ୱ ଅର୍ପଣ କରିଛି, ତାହାକୁ ସେ ନିଷ୍ଠା ଓ ସମର୍ପଣର ସହ ପାଳନ କରିବେ। ଜିଲ୍ଲାର ପ୍ରତ୍ୟେକ ଜନଜାତି ଅଞ୍ଚଳକୁ ଯାଇ ସଂଗଠନକୁ ମଜବୁତ କରିବା ସହ ଲୋକଙ୍କ ସମସ୍ୟା ସମାଧାନ ପାଇଁ କାର୍ଯ୍ୟ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
ଅଜିତ୍ କୁମାର ଭୋଇଙ୍କ ଏହି ନିଯୁକ୍ତି ପରେ ବିଭିନ୍ନ ଦଳୀୟ ନେତା, କର୍ମକର୍ତ୍ତା, ସାମାଜିକ ସଂଗଠନର ପ୍ରତିନିଧି ଏବଂ ଶୁଭେଚ୍ଛୁମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ସଫଳ କାର୍ଯ୍ୟକାଳ କାମନା କରିଛନ୍ତି। ଦଳୀୟ କର୍ମୀମାନଙ୍କ ମତରେ, ତାଙ୍କ ଅଭିଜ୍ଞତା ଓ ସଂଗଠନିକ ଦକ୍ଷତା ଜିଲ୍ଲାରେ ଭାରତୀୟ ଜନତା ପାର୍ଟିର ଜନାଧାର ବୃଦ୍ଧି କରିବାରେ ସହାୟକ ହେବ।
ଏହି ନିଯୁକ୍ତି ମାଧ୍ୟମରେ ଅନୁଗୁଳ ଜିଲ୍ଲାରେ ଜନଜାତି ସମାଜର ଉନ୍ନତି, ସଶକ୍ତିକରଣ ଏବଂ ସଂଗଠନର ବିସ୍ତାର ଦିଗରେ ନୂତନ ଅଧ୍ୟାୟର ଶୁଭାରମ୍ଭ ହୋଇଛି ବୋଲି ରାଜନୈତିକ ମହଳରେ ଚର୍ଚ୍ଚା ହେଉଛି।




