ପୂର୍ବତନ ସରପଂଚଙ୍କର ପରଲୋକ
ତାଳଚେର, ୦୧/୦୬ ତାଳଚେର ବ୍ଲକ ଗୋପାଳପ୍ରସାଦ ପଂଚାୟତର ପୂର୍ବତନ ସରପଞ୍ଚ ଭଗବାନ ସାହୁ (୭୮ ବର୍ଷ)ଙ୍କର ପରଲୋକ ହୋଇଯାଇଛି । ସେ କିଛିଦିନ ହେଲା ଅସୁସ୍ଥ ଥାଇ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଜଣେ ଦକ୍ଷ ସରପଞ୍ଚ ଭାବରେ ସେ ଲୋକପ୍ରିୟ ଥିଲେ । ତାହାସହିତ ସେ ଜଣେ ସରଳ, ମିଷ୍ଟଭାଷୀ ତଥା ପରୋପକାରୀ ବ୍ୟକ୍ତି ଭାବରେ ସେ ଆଖପାଖ ଅଞ୍ଚଳରେ ବେଶ୍ ପରିଚିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା ।

June 1, 2026/
No Comments


