ବର୍ଣ୍ଣାଳୀ ସାହିତ୍ୟ ସଂସଦର ୫ମ ବାର୍ଷିକ ଉତ୍ସବ
ତାଳଚେର, ୦୧/୦୬ ତାଳଚେରର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ବର୍ଣ୍ଣାଳୀ ସାହିତ୍ୟ ସଂସଦର ୫ମ ବାର୍ଷିକ ଉତ୍ସବ ସ୍ଥାନୀୟ ଦେଉଳବେଡା କଲିୟରୀ ଇନଷ୍ଟିଚ୍ୟୁଟ ପ୍ରେକ୍ଷାଳୟରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବରିଷ୍ଠ ଆଇନଜୀବୀ ଡ. ଯଦୁମଣି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି କାଳନ୍ଦି ସାମଲ, ମୁଖ୍ୟବକ୍ତା ଭାବରେ ଖଜୁରିଆକଟା ମହାବିଦ୍ୟାଳୟର ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅକ୍ଷୟ ପାତ୍ର, ସମ୍ମାନିତ ଅତିଥି ଭାବେ ରଶ୍ମି ରଂଜନ ମିଶ୍ର, ବରିଷ୍ଠ ଆଇନଜୀବୀ ଦେବୀ ପ୍ରସାଦ ରଥ ପ୍ରମୁଖ ଯୋଗ ଦେଇଥିଲେ । ବରିଷ୍ଠ କବି ତ୍ରିନାଥ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ସାଧାରଣ ସଂପାଦିକା ରତ୍ନପ୍ରଭା ବାଇ ବାର୍ଷିକ ବିବରଣୀ ପାଠ କରିଥିଲେ । ନୃତ୍ୟଗୁରୁ ଶଙ୍କର ବାଇଙ୍କୁ ନକୁଳ ଚନ୍ଦ୍ର ନୃତ୍ୟଗୁରୁ ସମ୍ମାନ କରାଯାଇଥିଲା । ବିଶିଷ୍ଟ ଗାଳ୍ପିକ ସିଦ୍ଧି ପ୍ରସାଦ ସାହୁଙ୍କୁ ପଣ୍ଡିତ ଦାମୋଦର ମିଶ୍ର ସମ୍ମାନ, ଶିଶୁ ସାହିତ୍ୟିକ ବୁଦ୍ଧଦେବ ସେଠୀ ଏବଂ ସମାଜସେବୀ ତଥା ଶିଶୁ କିଶୋର ପତ୍ରିକା ‘ଆମ କୁନାକୁନି’ର ସଂପାଦକ ବିଭୂତି ଭୂଷଣ ସ୍ୱାଇଁଙ୍କୁ ବର୍ଣ୍ଣାଳୀ ସାହିତ୍ୟ ସମ୍ମାନରେ ମୁଖ୍ୟ ଅତିଥି ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ମାନୀତ କରିଥିଲେ । ବରିଷ୍ଠ କବୟତ୍ରୀ ଡ.ଇନ୍ଦିରା ଦାଶ, ଗବେଷିକା ଡ.ରମାମଞ୍ଜରୀ ସାହୁ, ଡ.ପ୍ରଶାନ୍ତ କୁମାର ରଥ, କବୟତ୍ରୀ ଅନୀତା ପାଣି, ସୁଶ୍ରୀ ଶୋଭାଗିନୀ ଦେବୀଙ୍କୁ ସ୍ୱତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ବହୁ ଲବ୍ଧ ପ୍ରତିଷ୍ଠ କବି ଓ ସାହିତ୍ୟିକ ଯୋଗ ଦେଇଥିଲେ । ଅନୁଷ୍ଠାନର ଯୁଗ୍ମ ସଂପାଦକ ଜିତେନ୍ଦ୍ର ମହାପାତ୍ର ଓ କରୁଣାକର ବାଇ ମଂଚ ପରିଚାଳନା କରିଥିବା ବେଳେ ଉପସଭାପତି ଡ.କଳ୍ପନା ବୋଇତି ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ବିଶିଷ୍ଟ ନାଟ୍ୟକାର ମୁକୁନ୍ଦ ଶତପଥୀଙ୍କ ସଭାପତିତ୍ୱରେ ଏକ ସ୍ୱରଚିତ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପଚାଶରୁ ଉର୍ଦ୍ଧ୍ୱ କବି କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ ।

June 1, 2026/
No Comments


