ଏସ୍,କେ ଶର୍ମା ଭାରତୀୟ ଖଣି ଶ୍ରମିକ ମହାସଂଘର ସହ ସମ୍ପାଦକ ମନୋନୀତ
ତାଳଚେର -୧/୬ ଭାରତୀୟ ଖଣି ଶ୍ରମିକ ମହାସଂଘର ୧୪ତମ ଜାତୀୟ ସମ୍ମିଳନୀରେ ଏମସିଏଲର ପ୍ରତିନିଧିତ୍ଵ କରୁଥିବା ବରିଷ୍ଠ ଶ୍ରମିକ ନେତା ମହାସଂଘର ସହ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ପୁରୀ ଠାରେ ଅନୁଷ୍ଠିତ ହୋଇଥିବା ସାରା ଦେଶର କୋଇଲା ଶିଳ୍ପ ସହିତ ଜଡିତ ପ୍ରତିନିଧି ଏବଂ ଶ୍ରମିକ ନେତା ମାନେ ଅଂଶ ଗ୍ରହଣ କରିଥିଲେ। ସେହିପରି ଏମସିଏଲ ତରଫରୁ ମହାସଂଘରେ କାର୍ଯ୍ୟ କାରୀ ସଦସ୍ୟ ଭାବରେ ବି.ଡି.ରାୟ,ସିମା ମଣ୍ଡଳ, ବୃନ୍ଦାବନ ଲେଙ୍କା, ପ୍ରଦୀପ ନାୟକ, ସନ୍ତୋଷ କୁମାର, ଅଶୋକ ଦାସ, କୁଳମଣି ପରିଡ଼ା, ଅଜିତ୍ ପଟେଲ ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି। ଏନେଇ ଏମସିଏଲ ତରଫରୁ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି।



