
“ବିନ୍ଦୁମିନା ସେବା ଫାଉଣ୍ଡେସନ”ପକ୍ଷରୁ ବୃଦ୍ଧବୃଦ୍ଧା ଗରିବ ଦିବ୍ୟାଙ୍ଗଙ୍କୁ ଛତା ଓ ଚପଲ କେଗାଁ ପଞ୍ଚାୟତରେ ବଣ୍ଟନ,

:ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଞ୍ଚଳର ବିନ୍ଦୁମିନା ସେବା ଫାଉଣ୍ଡେସନ ପକ୍ଷରୁ କେଗାଁ ଗ୍ରାମପଞ୍ଚାୟତରେ ଛତା ଓ ଚପଲ ବଣ୍ଟନ କରାଯାଇଛି ସେନା ପକ୍ଷରୁ ଗୋଲାମୁଣ୍ଡା ବ୍ଲକ୍ ଅଧୟନସ୍ତ ସମସ୍ତ ପଞ୍ଚାୟତ ଠାରେ ଏହିସବୁ ଉପକରଣ ବଣ୍ଟନ କରାଯାଉଥିବା ବେଳେ ଆଜି କେଗାଁ ଗ୍ରାମପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lଫାଉଣ୍ଡେସନ ପକ୍ଷରୁ ଆଜି ଅଞ୍ଚଳର ପ୍ରାୟ ୬୩୦ ଜଣ ହିତାଧିକାରୀଙ୍କୁ ମାଗଣାରେ ଛତା ଓ ଚପଲ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିନ୍ଦୁମିନା ସେବା ଫାଉଣ୍ଡେସନର ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ, ଏଥିରେ ବରିଷ୍ଠ ବିଜେପି ନେତା ମନୋଜ ମେହେର ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ଫାଉଣ୍ଡେସନର ମହତ ପଣିଆ କାର୍ଯ୍ୟକ୍ରମକୁ ଭୁରି ଭୁରି ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଅନ୍ୟତମ ସହଯୋଗୀଙ୍କ ମଧ୍ୟରେ ଗିରିଜା ପଣ୍ଡା,ଗୌରଚନ୍ଦ୍ର ପୁଟେଲ, ହେମରାଜ ପୁଟେଲ, ହୃଦାନନ୍ଦ ଦାସ, ଦିଗାମ୍ବର ରଣା, ସୁଶାନ୍ତ ଦଳେଇ ଓ ଈଶ୍ୱର ପୁଟେଲ, ସୋମେଶ୍ୱର ମୁନି,ସୁବାଷ ଆଗ୍ରୱାଲ,ଜୟନ୍ତ ସିଂ,ମନୋଜ ଅଗ୍ରୱାଲ,ରଜତ ପୁଟେଲ ,ପବନ ଅଗ୍ରୱାଲ, ସୁନୀଲ ସାହୁ, ଅନନ୍ତ ସାହୁ ଶ୍ରୀନିବାସ ଦାସ,ବିଶି କେଶନ ଜୋତିଶ ଙ୍କ ସମେତ ଫାଉଣ୍ଡେସନର ଅନ୍ୟାନ୍ୟ
ସଦସ୍ୟ ଓ ସହଯୋଗୀମାନେ ଉପସ୍ଥିତ ରହି ସେବା କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଫାଉଣ୍ଡେସନର ଏଭଳି ଜନହିତକର କାର୍ଯ୍ୟକୁ ବିଭିନ୍ନ ମହନ୍ଦରୁ ଉଚ୍ଚ ପ୍ରଶଂସା କରାଯାଇଛି, କାର୍ଯ୍ୟକ୍ରମରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ ।
ଧର୍ମଗଡ଼ରୁ ଧବଲେଶ୍ଵର ରଣାଙ୍କ ସହ ଭବାନୀପାଟଣାରୁ ନାରାୟଣ ନାୟକଙ୍କ ରିପୋର୍ଟ “ଜାଗ୍ରତ ଭାରତ “ନ୍ୟୁଜ




