ୱାକୋ ଇଣ୍ଡିଆ ଜୁନିୟର ନେସନାଲ କିକବକ୍ସିଂ ଚାମ୍ପିୟନସିପ ୨୦୨୬ ଢ଼େଙ୍କାନାଳ କୁ ୫ ପଦକ
ଖୋର୍ଦ୍ଧା ରେ ଅନୁଷ୍ଠିତ କେ.ଟି. ଗ୍ଲୋବାଲ ସ୍କୁଲ ର କେ.ଟି. କ୍ୟାମ୍ପସ ରେ ମେ ୩୦ ରୁ ଜୁନ ୩ ପର୍ଯ୍ୟନ୍ତ ୱକୋ ଇଣ୍ଡିଆ ଜୁନିୟର ନେସନାଲ କିକବକ୍ସିଂ ଚାମ୍ପିୟନସିପ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତା କୁ ଆମେଚର କିକ୍ ବକ୍ସିଂ ଆସୋସିଏସନ୍ ଅଫ୍ ଓଡିଶା ଓ ରାଜ୍ୟ କ୍ରୀଡ଼ା ବିଭାଗ ମିଳିତ ଅନୁକୂଲ୍ୟ ରେ ଆୟୋଜନ କରିଥିଲେ।ଏହି ଚାମ୍ପିଅନସିପ ରେ ୨୯ ଟି ରାଜ୍ୟରୁ ୭୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ। ତନ୍ମଧୟରୁ ୱେକୋ ଓଡ଼ିଶା ର ୪୫ ପ୍ରତିଯୋଗୀ ଭାଗ ନେଇ ୪୯ ଟି ପଦକ ହାସଲ କରିଛନ୍ତି। ସେଥି ମଧ୍ୟରୁ ଢେଙ୍କାନାଳ ଡାଇମଣ୍ଡ କିକବକ୍ସିଂ ଆସୋସିଏସନ୍ ର ମୋଟ ୫ଟି ପଡ଼କ ରୁ ୨ଟି ରୌପ୍ୟ ଏବଂ ୨ଟି ବ୍ୟକ୍ତିଗତ ଓ ୧ଟି ଦଳଗତ ଭାବେ କାଂସ୍ୟ ପଦକ ହାସଲ କରିଛନ୍ତି। ମମତା ଭୋଇ (-୫୫ କେଜି) କିକ ଲାଇଟ୍ ରେ ରୌପ୍ୟ,ହରପ୍ରିୟା ବେହେରା (+୭୦ କେଜି) କିକ୍ ଲାଇଟ୍ ରେ ରୌପ୍ୟ ଓ ପଏଣ୍ଟ ଫାଇଟ ରେ କାଂସ୍ୟ, ପ୍ରାଚୀ ପ୍ରଜ୍ଞା ନାୟକ (-୪୮ କେଜି) କେ ୱାନ ଫାଇଟ୍ ରେ କାଂସ୍ୟ, ଶୁଭଶ୍ରୀ ବେହେରା, ଆଦ୍ୟାସ୍ମିତା ବିଶ୍ଵାଳ, ମମତା ଭୋଇ ଓ ହରପ୍ରିୟା ବେହେରା ଦଳଗତ ପଏଣ୍ଟ ଫାଇଟ ରେ କାଂସ୍ୟ ପଦକ ହାସଲ କରିଛନ୍ତି। କୀର୍ତ୍ତି ରାଣୀ ସହୁ ଓଡ଼ିଶା ଟିମ୍ କୋଚ ଭାବେ ଦାୟିତ୍ଵ ତୁଲାଇ ଥିଲେ। ଏହି ଚାମ୍ପିଅନସିପ ପାଇଁ ଦଳ ର ଖେଳାଳି ମନେ କଠିନ ପରିଶ୍ରମ କରିଥିଲେ। ପ୍ରତିଥର ପରି ଏଥର ମଧ୍ୟ ଖେଳାଳି ମନେ ଉତ୍ତମ ପ୍ରଦର୍ଶନ କରି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହି ଅବସର ରେ ଢ଼େଙ୍କାନାଳ ଜିଲ୍ଲା କ୍ରୀଡ଼ା ଅଧିକାରୀ ଦୟନିଧି ପାତ୍ର, ଆମେଚର୍ କିକ ବକ୍ସିଂ ଆସୋସିଏସନ୍ ର ସଭାପତି କାର୍ତ୍ତିକ ଡାକୁଆ, ସମ୍ପାଦକ ବିଚିତ୍ର ନାରାୟଣ ଜେନା, ଢ଼େଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ର ସଭାପତି ସନ୍ତୋଷ କୁମାର ପରିଡ଼ା, ସମ୍ପାଦିକା କୀର୍ତ୍ତି ରାଣୀ ସାହୁ, ଯୁଗ୍ମ ସମ୍ପାଦକ ବାପି ସାମଲ, କୋଷାଧ୍ୟକ୍ଷ ଅରବିନ୍ଦ ବେହେରା , ଜିଲ୍ଲା ର ସମସ୍ତ ସଦସ୍ୟ ଓ ସିନିଅର ଖେଳାଳି ମନେ ଏହି ଖେଳାଳି ମାନଙ୍କୁ ଶୁଭେଛା ଓ ଶୁଭକାମନା ଜାଣିଛନ୍ତି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-5-scaled.jpg)

