ମାଇଁ ଭାରତ ଢେଙ୍କାନାଳ ଓ ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ପରିବେଶ ଦିବସ ପାଳନ
ମାଇଁ ଭାରତ ଓ ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ଢେଙ୍କାନାଳ ସଦର ବ୍ଲକ୍ ମଙ୍ଗଳପୁର ଓ ଢେ଼ଙ୍କାନାଳ ଟାଉନ ର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଓ ମନ୍ଦିର ପ୍ରାଙ୍ଗଣରେ ଆମ୍ବ ପଣସ ଆକାସିଆ ନିମ୍ବ ଓ ରକ୍ତ ଚନ୍ଦନ ବୃକ୍ଷ ରୋପଣ କରାଗଲା।ଏଥିରେ ସମାଜସେବୀ ସିପୁନ ଓ ସୌମ୍ୟା ଯୋଗଦାନ କରି ବିଭିନ୍ନ ଲୋକଙ୍କୁ ପରିବେଶ ସୁରକ୍ଷା ଉପରେ ବୁଝାଇ କହିଥିଲେ। ସଂପ୍ରତି ବଢୁଥିବା ତାପମାତ୍ରା ନିୟନ୍ତ୍ରଣ ଓ ପ୍ଲାଷ୍ଟିକ ମୁକ୍ତ ଢେଙ୍କାନାଳ କିପରି ଗଠନ ହେଇ ପାରିବ ସେହି ଉପରେ ଆଲୋକପାତ କରିଥିଲେ।ପରିବେଶରେ କିପରି ସନ୍ତୁଳନ ରକ୍ଷା ହୋଇ ପାରିବ ସେହି ଉପରେ ଆଲୋକପାତ କରିଥିଲେ।



