
ଦେଦର ବିଦ୍ୟାଳୟରେ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ
ଜୁନାଗଡ଼,୭/୬.(ବାଲେଶ୍ୱର ସୁନାନୀ ):କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦେଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ରବିବାର ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଆଡମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ ମାଧ୍ୟମରେ ରିମୋଟ ବଟନ ଦବାଇ ରାଜ୍ୟର ବିଭିନ୍ନ ସ୍ଥାନ ସହିତ ଏହି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ଗତବର୍ଷ ଜୁନାଗଡ଼ ବ୍ଲକର ଦୁଇଟି ବିଦ୍ୟାଳୟକୁ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ସାମିଲ କରାଯାଇଥିବା ବେଳେ ଚଳିତ ବର୍ଷ ଦେଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହା ଦ୍ୱାରା ଅଞ୍ଚଳର ଛାତ୍ରଛାତ୍ରୀମାନେ ଉନ୍ନତ ଶିକ୍ଷା ଭିତ୍ତିଭୂମି, ଆଧୁନିକ ସୁବିଧା ଓ ଉତ୍ତମ ଶିକ୍ଷା ପରିବେଶ ପାଇବାର ସୁଯୋଗ ଲାଭ କରିବେ ବୋଲି ଆଶା ପ୍ରକାଶ ପାଇଛି।କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସବିତା ମେହେର, ଗୋଷ୍ଠୀ ଶିକ୍ଷା ଅଧିକାରୀ ତପନ କୁମାର ମାଝୀ, ସରପଞ୍ଚ ସଂଘ ସଭାପତି ତାରାଶଙ୍କର ରାୟଗୁରୁ, ସାଂସଦ ପ୍ରତିନିଧି କୁନ୍ତଳା ରାଉତ, ପୂର୍ବତନ ନଗରପାଳ ମୁଖେଶ ଅଗ୍ରୱାଲ, ସଭାନେତ୍ରୀ କାଞ୍ଚନ ବାଗ, ସ୍ଥାନୀୟ ସରପଞ୍ଚ ସୁଭାଗିନୀ ସାହୁ, ସମିତି ସଭ୍ୟା କମଳା ମେହେର ଓ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ମେହେର ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମକୁ ସୂର୍ଯ୍ୟ ପ୍ରସାଦ ଠାକୁର ସୁଚାରୁ ରୂପେ ପରିଚାଳନା କରିଥିବା ବେଳେ, ସିଆରସିସି ପରେଶ ପଣ୍ଡା ବିଶେଷ ସହଯୋଗ କରିଥିଲେ। ଅଭିଭାବକ, ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଜନସାଧାରଣଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମଟି ଉତ୍ସାହ ଓ ଉଦ୍ଦୀପନାର ସହ ସମ୍ପନ୍ନ ହୋଇଥିଲା ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-8-scaled.jpg)


