ରାମକୃଷ୍ଣ ଶିକ୍ଷା ସେବା ସମିତି ପକ୍ଷରୁ ଆଚାର୍ଯ୍ୟ ଆଚାର୍ଯା ପ୍ରଶିକ୍ଷଣ ଶିବିର
ତାଳଚେର :ତା 7/6/2026: ରାମକୃଷ୍ଣ ମିଶନ ଶିକ୍ଷା ସେବା ସମିତି ଓଡିଶା ପ୍ରଦେଶ ପକ୍ଷରୁ ଆଚାର୍ଯ୍ୟ ଓ ଆଚାର୍ଯା ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ ହୋଇଯାଇଛି |ତାଳଚେର ରାମ କୃଷ୍ଣ ଶିଶୁ ବିଦ୍ୟା ମନ୍ଦିର ସହଯୋଗ ରେ ଗୋଡ଼ିବନ୍ଧ ଠାରେ 21 ତମ ଅନୁଗୁଳ ଓ ଢେଙ୍କାନାଳ ଦୁଇଟି ଜିଲ୍ଲା ର 52 ଟି ରାମକୃଷ୍ଣ ମିଶନ ସ୍କୁଲ ର ଆଚାର୍ଯ୍ୟ ଆଚାର୍ଯା ଙ୍କୁ ନେଇ ଉକ୍ତ ଶିବିର ଜୁନ 7 ତାରିଖ ରୁ 11 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ |ରବିବାର ପୂର୍ବାହ୍ନ ରେ ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ପର୍ଶୁରାମ ବାରିକ ଉକ୍ତ ଶିବିର କୁ ଉଦଘାଟନ କରି ଭାରତ କୁ ବିଶ୍ଵଗୁରୁ କରିବା ପାଇଁ ଗୁରୁକୁଳ ପରମ୍ପରା କୁ ପାଥେୟ କରି ପ୍ରସ୍ତୁତ ବର୍ତ୍ତମାନ ର ଜାତୀୟ ଶିକ୍ଷା ନୀତି 2020 ର ସଠିକ କାର୍ଯ୍ୟନୟନ ଉପରେ ଗୁରୁଜୀ ଗୁରୁମା ମାନେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ |ସଂଯୋଗ ଆମ ହିଙ୍ଗୁଳା ମାଟିର ସୁଯୋଗ୍ୟ ସନ୍ତାନ ଓଡିଶା ର ରତ୍ନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆମ ଦେଶର ସଂକୃତି ଆଧାରିତ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରାଇ ଛନ୍ତି ବୋଲି ପ୍ରକାଶ କରିଥିଲେ |କାର୍ଯ୍ୟକ୍ରମ ର ସଂଯୋଜିକା ସ୍ବପ୍ନରାଣୀ ମିଶ୍ର ଙ୍କ ସଂଯୋଜନା ରେ କୁଶବିହାରୀ ସାମଲ ଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ଉଦଘାଟନ କାର୍ଯ୍ୟକ୍ରମ ରେ ହରିହର ପୁର ସରପଞ୍ଚ ଦିପ୍ତିମୟୀ ପ୍ରଧାନ, ଆମ୍ବମୁଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ମାୟାଧର ସାହୁ, ଗୋଡ଼ିବନ୍ଧ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ରୋହିତ ଚନ୍ଦ୍ର ପ୍ରଧାନ, ପ୍ରତାପ ଚନ୍ଦ୍ର ପତି, ଅମିତ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୁରୁ ଶିଷ୍ୟ ପରମ୍ପରା, ଶିକ୍ଷା ବ୍ୟବସ୍ଥା ଓ ଜାତୀୟ ଶିକ୍ଷାନୀତି ଉପରେ ଆଲୋଚନା କରିଥିଲେ |ବରିଷ୍ଠ ଆଚାର୍ଯ୍ୟ ଚୌଧୁରୀ ପ୍ରଧାନ କାର୍ଯ୍ୟକ୍ରମ କୁ ସଂଚାଳନ କରିଥିଲେ |ଉକ୍ତ ବର୍ଗ ଜୁନ 11 ତାରିଖ ପର୍ଯ୍ୟନ୍ତ ଚାଲିବ ବିଭିନ୍ନ ସତ୍ର ରେ ପ୍ରଶିକ୍ଷଣ ଦିଆଯିବ |ଅଭିବକ୍ତ ଢେଙ୍କାନାଳ ଜିଲ୍ଲାର ସମସ୍ତ 52 ଟି ରାମକୃଷ୍ଣ ଶିଶୁ ବିଦ୍ୟା ମନ୍ଦିର ରୁ 108 ଜଣ ଆଚାର୍ଯ୍ୟ ଓ ଆଚାର୍ଯା ଯୋଗ ଦେଇଛନ୍ତି |
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-8-scaled.jpg)


