ନଦୀବୁଡ଼ି ଘଟଣା ପରେ ସତର୍କ ହେବାକୁ ପୋଷ୍ଟର ମାରିଲା ତାଳଚେର ପୋଲିସ୍
ତାଳଚେର, ୧୦/୦୬ ତାଳଚେର ହାଣ୍ଡିଧୂଆଁ ଷ୍ଟେସନ ଅଂଚଳରୁ ପ୍ରାୟ ୮ଜଣ ଯୁବକ ୪ଟି ବାଇକରେ ବ୍ରାହ୍ମଣୀନଦୀ କଲମ୍ବୁରୀ ତୁଠକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ଜଣଙ୍କର ଗୋଡ଼ ଖସିିଯିବାରୁ ତାକୁ ରକ୍ଷା କରିବାକୁ ଯାଇ ଆଉ ୨ଜଣ ଯୁବକ ନଦୀରେ ଭାସି ଯାଇଥିଲେ । ଏହି ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଂଚଳବାସୀ, ତାଳଚେର ଟାଉନ ପୋଲିସ୍, ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପଂହଚି ଖୋଜାଖୋଜି କରିବାପରେ ସ୍ଥାନୀୟ ଯୁବକଙ୍କ ସହାୟତାରେ ମୃତ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା । ଏହି ଘଟଣା ପରେପରେ ଏହାର ପୁନରାବୃତି ନହେବାକୁ ନିକାଂଚନ ଘାଟ ଗୁଡ଼ିକରେ ତାଳଚେର ଟାଉନ ଥାନା ପକ୍ଷରୁ ସର୍ବସାଧାରଣଙ୍କୁ ସଜାଗ କରିବାନେଇ ପୋଷ୍ଟର, ବ୍ୟାନର ଲଗାଯାଇ ସଚେତନତା କରାଯାଇଛି ।



