ଅସ୍ତିତ୍ୱ ହରାଇବ କି ତାଳଚେର! ଗୋଟିଏ ପରେ ଗୋଟିଏ କାର୍ଯ୍ୟାଳୟ ତାଳଚେରରୁ ଅନ୍ୟତ୍ର ସ୍ଥାନାନ୍ତରିତ ନେତା ଓ ପ୍ରଶାସନ ଚୁପ୍!
ତାଳଚେର, ୧୭/୦୬ ଶସ୍ୟଶ୍ୟାମଳ ତାଳଚେର ଆଜି ଖଣିଖାଦାନ ଯୋଗୁଁ ଓଡ଼ିଶା ତଥା ଭାରତ ମାନଚିତ୍ରରେ ସ୍ଥାନ ପାଇ ଆସୁଛି । ଏଠାରୁ ରାଜ୍ୟ ଓ କେନ୍ଦ୍ର ସରକାର ରାଜସ୍ୱ ଆକାରରେ ଦୈନିକ ହଜାର ହଜାର କୋଟି ଟଙ୍କା ବିଭିନ୍ନ ସୂତ୍ରରୁ ଆଦାୟ କରିଥାନ୍ତି । ଏହି ଅର୍ଥରେ ଭାରତ ତଥା ଓଡ଼ିଶାର ସ୍ଥିତି ମଧ୍ୟ ବଦଳିବାରେ ଲାଗିଛି । କିନ୍ତୁ ତାଳଚେରବାସୀ ତାଙ୍କର ସମସ୍ତ ପୂର୍ବପୁରୁଷର ପୌତୃକ ସମ୍ପତି ହରାଇ ଆଜି ରାଜରାସ୍ତା ଉପରେ ସଘଂର୍ଷ କରୁଥିଲେ ମଧ୍ୟ ତାଙ୍କ କଥା ଶୁଣିବାକୁ କେହି ନାହିଁ ଏବଂ ତାଙ୍କପାଇଁ ଏହା ଏକ ଦୁର୍ଭାଗ୍ୟ ଜନକ ବିଷୟ ନୁହେଁତ ଆଉ କ’ଣ! ଏଠାରେ ଖଣି, ଖାଦାନ, ଶିଳ୍ପ ଓ କଳକାରଖାନା ରହିଥିଲେ ମଧ୍ୟ ଏଠିକାର ଯୁବପିଢ଼ୀ ବେସାହାର ହୋଇ ମାନସିକ ଭାରସ୍ୟାମ ହରାଇ ନିଶାରେ ଲିପ୍ତ ରହୁଛନ୍ତି ବୋଲି କିଛି ଅଭିଭାବକମାନେ ମତପୋଷଣ କରି ଆସୁଥିବା ବେଳେ ଧୂଳିଧୂଆଁ ଯୋଗୁଁ ବିଭିନ୍ନ ମାରାତ୍ମକ ରୋଗରେ ଛୁଆ ଠାରୁ ଆରମ୍ଭକରି ବୃଦ୍ଧ ପର୍ଯ୍ୟନ୍ତ ଜର୍ଜରିତ ହେଉଥିଲେ ମଧ୍ୟ ଏଠାରେ ଉତମ ଚିକିତ୍ସା ନପାଇ ବାଧ୍ୟହୋଇ ଦୂରଦୂରାନ୍ତରେ ରହିଥିବା ଘରୋଇ ଚିକିତ୍ସାଳରେ ଜମିବାଡ଼ି ବିକ୍ରିକରି ଚିକିତ୍ସିତ ହେଉଛନ୍ତି । ବର୍ତମାନ ତାଳଚେର ପରିସ୍ଥିତି ଯାହ ଯଦି ବିଚରାକୁ ନିଆଯାଏ ତେବେ ୧୦୦% ଲୋକଙ୍କ ମଧ୍ୟରୁ ୯୫% ଲୋକ ନିହାତି ଭାବେ ରୋଗାଗ୍ରସ୍ତ ବୋଲି କୁହାଯାଉଛି । ଆଜକୁ ୪ଦଶନ୍ଧି ପୂର୍ବରୁ ତାଳଚେରର ଜଳବାୟୁ ଅତି ସୁନ୍ଦର ଓ ସୁସ୍ଥ ପରିବେଶ ରହିଥିଲା । ତାଳଚେରବାସୀଙ୍କ ପାଇଁ ଉତମ ଶିକ୍ଷା, ଗମନା, ଗମନ, ସୁସ୍ଥ ପରିବେଶ, ପାନୀୟଜଳ, ଆଲୋକୀକରଣ, ରାସ୍ତାଘାଟ ଇତ୍ୟାଦି ବିପର୍ଯ୍ୟନ୍ତ ଅବସ୍ଥାରେ ରହିଥିବା ଅଭିଯୋଗ ହେଉଥିଲେ ମଧ୍ୟ ଏଥିପ୍ରତି କେହି ହେଲେ ସାମାନ୍ୟତମ ଦୃଷ୍ଟି ଦେଉନଥିବା ଏକ ଉଦବେଗ ଜନକ ବିଷୟ । ଏତିକି ନୁହେଁ ବର୍ତମାନ ବିଶେଷ ସୂତ୍ରରୁ ଜଣାଯାଏ ତାଳଚେର ଅଂଚଳରେ ରହିଥିବା ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ମଧ୍ୟରୁ ୧୬ଗୋଟି କାର୍ଯ୍ୟାଳୟ ବାହାରକୁ ଚାଲି ଯାଇଥିବା ତାଳଚେରବାସୀଙ୍କୁ ବଡ଼ ଉପହାର ସରକାର ପ୍ରଦାନ କରିଛନ୍ତି ବୋଲି ଚର୍ଚ୍ଚା ଯୋରଧରିଛି । ତାଳଚେର ଅଂଚଳରୁ ଇନ୍ଧିରାଗାନ୍ଧି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜି, ଜେନଏଭି ତାଳଚେର ଏଫସିଆଇ ଠାରୁ ଅନୁଗୋଳର ଚମ୍ପତିମୁଣ୍ଡାକୁ ସ୍ଥାନାନ୍ତରିତ, ଭୂଅର୍ଜନ ଅଧିକାରୀ କାର୍ଯ୍ୟାଳୟ ତାଳଚେରରୁ ଅନୁଗୋଳ, .ସେଲଟାକ୍ସ ଅଫିସ୍ ତାଳଚେରରୁ ଅନୁଗୋଳ, ଲେପର୍ସି ହସପିଟାଲ ତାଳଚେରରୁ ଅନୁଗୋଳ, ନର୍ସିଂସ୍କୁଲ ଏନସିଏଚ ଭିତରୁ ତାଳଚେରରୁ ଅନୁଗୋଳ, ତାଳଚେର ଚାଇଁପାଳ ଗ୍ରୀଡ଼ ତାଳଚେରରୁ ଅନୁଗୋଳ ଯିବା ପରେ ଏମିତିକି ପ୍ରାୟ କାର୍ଯ୍ୟାଳୟ ଗୋଟିଏ ପରେ ଗୋଟିଏ ସ୍ଥାନାନ୍ତରିତ ହେଉଥିବା ପରେ ବର୍ତମାନ ତାଳଚେରରେ ରହିଥିବା ଡ଼ିଆଇଜି କାର୍ଯ୍ୟାଳୟ ମଧ୍ୟ ଅଧିକାରୀ ଅନୁଗୋଳରେ, ତାଳଚେର ତାଳବେଡ଼ା ଠାରେ ଥିବା ଅତିରିକ୍ତ ଏସପି କାର୍ଯ୍ୟାଳୟ ବନ୍ଦହୋଇ ପଡ଼ି ରହିଥିବା ଅତି ଦୁର୍ଭାଗ୍ୟଜନକ ବିଷୟ । ଏସମ୍ପର୍କରେ କେବେ ହେଲେ ଶାସକ କିମ୍ବା ବିରୋଧି ପକ୍ଷରୁ ସ୍ୱର ଉତୋଳନ କରାଯାଉନଥିବା ତାଳଚେରବାସୀଙ୍କ ପାଇଁ ଅଭିଶପ୍ତ ପାଲଟିଥିବା ବେଳେ ସାଧାରଣ ଜନତା ଏହି ସମସ୍ୟାରେ ପେଶି ହେଉଥିବା ଅଭିଯୋଗ ହେଉଛି ।



