ଶହେ ପ୍ରତିଶତ ଡ଼ିଜିଟାଇଜେସନ୍ ସଫଳତା ପାଇଁ ବିଏଲଓଙ୍କୁ ସମ୍ମାନୀତ
ତାଳଚେର, ୧୮/୦୬ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ଚାଲିଥିବା ଏନୁମେରେଶନ୍ ଫର୍ମ ଡ଼ିଜିଟାଇଜେସନ୍ କାର୍ଯ୍ୟକ୍ରମରେ ଶହେ ପ୍ରତିଶତ ସଫଳତା ହାସଲ କରିଥିବା ବୁଥ ନଂ- ୧୦୧, ୧୩୫, ୧୪୬ ଓ ୧୪୮ର ବୁଥ ଲେଭେଲ ଅଫିସର ବିଏଲଓ ମାନଙ୍କୁ ପ୍ରସଂଶା ପତ୍ର ପ୍ରଦାନ କରାଯାଇଛି । ଉକ୍ତ ବିଏଲଓ ମାନେ ୧୨ ଜୁନ୍ ୨୦୨୬ ସୁଦ୍ଧା ସେମାନଙ୍କ ଅଧିନରେ ଥିବା ସମସ୍ତ ଇପିଏଫର ଡ଼ିଜିଟାଇଜେସନ୍ କାର୍ଯ୍ୟ ଶତପ୍ରତିଶତ ସମ୍ପୂର୍ଣ୍ଣ କରି ଏକ ଉଲ୍ଲେଖନୀୟ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି । ୬୦-ତାଳଚେର ବିଧାନସଭା ମଣ୍ଡଳୀର ନିର୍ବାଚନ ପଞ୍ଜିକରଣ ଅଧିକାରୀ ଇଆରଓ ତଥା ଉପଜିଲ୍ଳାପାଳଙ୍କ ଦ୍ୱାରା ଏହି ପ୍ରସଂଶାପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଏଇଆରଓ କମ ବିଡ଼ିଓ, ତାଳଚେର ଏବଂ ସହକାରୀ କଲେକ୍ଟର (ନିର୍ବାଚନ) ଉପସ୍ଥିତ ରହି ବତଏଲଓ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଅଧିକାରୀମାନେ ବିଏଲଓଙ୍କ ନିଷ୍ଠା, କର୍ତବ୍ୟ ପରାୟଣ ଓ ପରିଶ୍ରମ ଉଚ୍ଚ ପ୍ରସଂଶା କରିବା ସହ ନିର୍ବାଚନୀ ତଥ୍ୟର ସଠିକ ଓ ସମୟପଯୋଗୀ ଡ଼ିଜିଟାଇଜେସନ୍ ଗଣତାନ୍ତ୍ରୀକ ପ୍ରକ୍ରିୟା ଆହୁରି ସୁଦୃଢ଼ କରିବ ବୋଲି ମତ ପ୍ରକାଶ କରିଥିଲେ । ସେହିପରି ଅନ୍ୟ ବିଏଲଓ ମାନଙ୍କୁ ମଧ୍ୟ ଏହି ଉଦାହରଣରୁ ପ୍ରେରଣା ନେଇ ନିଜ ଦାୟୀତ୍ୱ ପାଳନ କରିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁ, ବିଡ଼ିଓ ସୁଶାନ୍ତ ବରାଳ, ସହକାରୀ ଜିଲ୍ଳାପାଳ (ନିର୍ବାଚନର) ନିବେଦିତା ନାୟକଙ୍କ ସମେତ ବୁଥ ୧୦୧ର ବଣାପାଣି ପ୍ରଧାନ, ୧୪୫ରର ସିତାଂଶୁ ନଳିନି ରାଉତରାଏ, ୧୪୬ର ପ୍ରମୋଦ ଦେହୁରୀ, ୧୪୮ର ପ୍ରତିମା ତରାଇ ଉପସ୍ଥିତ ଥିଲେ ।

June 18, 2026/
No Comments


