ଆନନ୍ଦ ବଜାର ସ୍ଥିତ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ତାଳଚେର, ୧୮/୦୬ ତାଳଚେର ବ୍ଲକ ସନ୍ଥପଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଆନନ୍ଦ ବଜାର ସ୍ଥିତ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ତିନି ଦିନ ବ୍ୟାପୀ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ବିଜୟ କୁମାର ପ୍ରଧାନ, ଉପସଭାପତି ଗଣେଶ୍ୱର ମହାନ୍ତି, ସମ୍ପାଦକ ସହଦେଵ ସାମଲଙ୍କ ତତ୍ୱାବଧାନରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଥିଲା l ଏଥିରେ ବ୍ରାହ୍ମଣବିଲ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଆଦିତ୍ୟ କୁମାର ଭୁକ୍ତା, ପଡିଆଭଙ୍ଗା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ପଣ୍ଡା, ଏବିଇଓ ସରୋଜ କୁମାର ପାଣି, ଅବସରପ୍ରାପ୍ତ ସହକାରୀ ଶିକ୍ଷକ ନିର୍ମଳ କୁମାର ନାଥ ପ୍ରମୁଖ ଯୋଗଦେଇ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ପ୍ରଶିକ୍ଷଣ ଦେଉଥିଲେ l ବିଦ୍ୟା ମନ୍ଦିରର ସମସ୍ତ ପରିଚାଳନା କମିଟି ସଭ୍ୟ ଓ ସଭ୍ୟା ଏଥିରେ ସାମିଲ ହୋଇ ସହଯୋଗ କରିଥିଲେ l

June 18, 2026/
No Comments


