ପୁଲିସ ପରିଚୟ ଦେଇ ଲୁଟିନେଲେ ୨୫୦ ଗ୍ରାମ ସୁନା
ତାଳଚେର, ୧୮/୦୬ ପୁଲିସ ପରିଚୟ ଦେଇ ତାଳଚେର ହାଟତୋଟା ଅଞ୍ଚଳର ଦେହୁରୀ ମାର୍କେଟରେ – ଥିବା ଶ୍ରୀ ବାଲାଜୀ ଗୋଲ୍ଡ ଆଣ୍ଡ ସିଲଭର ରିଫାଇନାରି ଦୋକାନରେ ପଶିଥିଲେ। ପରେ ପ୍ରାୟ ୨୫୦ ଗ୍ରାମର ସୁନା ଲୁଟି ନେଇଥିଲେ । ଏପରିକି ଦୋକାନୀ କର୍ମଚାରୀଙ୍କୁ ଅପହରଣ କରି ନେଇ ଅନୁଗୁଳ ସହର ନିକଟରେ ଛାଡ଼ିଦେଇ ଛୁ ଇ ମାରିଥିଲେ। ବୁଧବାର ସନ୍ଧ୍ୟା ୬ଟା ୧୫ ବେଳକୁ ଅନୁଗୁଳ ତାଳଚେର ସହରରେ ଘଟିଥିବା ଏ ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଛି। ଦୋକାନର ସିସିଟିଭିରେ ଲୁଟେରାଙ୍କ ଭିଜୁଆଲ କଏଦ ଦ ମଧ୍ୟ ହୋଇଛି! ଖବର ପାଇ ତାଳଚେର ପୁଲିସ୍ ସମେତ ଅନୁଗୁଳ ଜିଲ୍ଲାର ବିଭିନ୍ନ ଇ ପୁଲିସର ଟିମ୍ ଓ ସ୍ପେସାଲ୍ ସ୍ପାଡ୍ ଅନୁଗୁଳ ଜିଲ୍ଲା ସ୍ଥାନରେ ନାକାବନ୍ଦୀ କରି ଲୁଟେରାଙ୍କୁ ଧରିବାକୁ ଉଦ୍ୟମ ଚଳାଇଛନ୍ତି। ସେହିପରି ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ପଡ଼ୋଶୀ ଢେଙ୍କାନାଳ ଜିଲ୍ଲା ସମେତ ରାଜ୍ୟର ସବୁ ଥାନାକୁ ସୂଚନା ଦେଇ ଆଲର୍ଟ ରହିବାକୁ ଅନୁରୋଧ କରିଛି| ଏକ ହ୍ୟୁଣ୍ଡାଇ ଭର୍ନା କାର୍ରେ ଆସି ୩ ଜଣ ବ୍ୟକ୍ତି ହଠାତ୍ ତାଳଚେର ହାଟତୋଟାସ୍ଥିତ ଏହି ଦୋକାନରେ ପହଞ୍ଚି ରେଡ୍ ପାଇଁ ଭୁବନେଶ୍ବର ପୁଲିସରୁ ଆସିଥିବା କହିଲେ। ଗହଣା ଦୋକାନରେ ପ୍ରତିଦିନ ୧/୨ କିଲୋର ସୁନା ନେଣଦେଣ ହେଉଛି! ତେଣୁ, ଏବେ ରେଡ୍ ହେବ ବୋଲି କହି ଗହଣା ଦେଖିଥିଲେ। ବିଭିନ୍ନ ଗହଣା ଦୋକାନରୁ ଆସି ମେଲଟିଂ ହୋଇ ରଖାଯାଇଥିବା ସୁନା ଡବା ସହ ଜଣେ ଦୋକାନର କର୍ମଚାରୀଙ୍କୁ ଗାଡ଼ିରେ ବସାଇ ଭୁବନେଶ୍ଵର ଅଭିମୁଖେ ବାହାରିଲେ। ଅନୁଗୁଳ କାଲଟାକ୍ସ ଛକ ନିକଟରେ ଦୋକାନୀ କର୍ମଚାରୀଙ୍କୁ ଛାଡ଼ି ପଳାଇ ଯାଇଥିଲେ। ତାଳଚେର ଥାନାରେ ଦୋକାନୀ ମାଲିକ ଅଭିଯୋଗ କରିଛନ୍ତି।

June 18, 2026/
No Comments


