ଚୋରା କାଠ ସହ ଗାଡ଼ି ଜବତ,ଜଣେ ଗିରଫ
- ଭବାନୀପାଟଣା (ଜାଗ୍ରତ ଭାରତ )କଳାହାଣ୍ଡି ଜିଲ୍ଳା ଉତ୍ତର ବନଖଣ୍ଡ ଅଧୀନସ୍ଥ ମ.ରାମପୁର ରେଂଜରେ କାଠ ଚୋରା ଚାଲାଣ ବେଳେ,କାଠ ସହ ଗାଡ଼ି ଜବତ ଜଣେ ଗିରଫ ହୋଇଥିବା ଜଣାଯାଇଛି । ମିଳି ଥିବା ସୂଚନା ମୁତାବକ ମ.ରାମପୁର ରେଂଜର ଅଇଁଲାପାଲି ଚାରିଛକଠାରୁ କାଠ ଚୋରାଚାଲାଣ ହେଉଥିଲା,ବିଶ୍ୱସ୍ତ ସୂତ୍ରରୁ ବନ ବିଭାଗ ଖବର ପାଇ ଚଢାଉ କରି ଏକ ମାରୁତି ସୁଜୁକି ଗାଡ଼ି(ନଂ ଓଡ଼ି ୩୧୫୩୬୪)ରେ ୪୧ ଖଣ୍ଡ ଶାଗୁଆନ କାଠ ଚୋରା ଚାଳାଣକରୁଥିବା ସମୟରେ ଧରାପଡ଼ିଛି । ଏହି ଚାଲାଣରେ ସଂପୃକ୍ତ କେସିଙ୍ଗା ଥାନା ମୁସ୍କୁଟି ଗ୍ରାମର ଉମାକାନ୍ତ ସାହୁ(୨୯)ଙ୍କୁ କେସ ନଂ ଓଆର୍ ୧୨୭ଏମ ଆର୍ ୨୬/୨୭ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ଅତିରିକ୍ତ ବନ ସଂରକ୍ଷକ ଅସିତ କୁମାର ଦାଶଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢାଉରେ ମ.ରାମପୁର ବନପାଳ ଦୀପକ ସା,ବନରକ୍ଷୀ ସସ୍ମିତା ନାଏକ ପ୍ରମୁଖ ସାମିଲ ଥିଲେ । ଏଠାରେ ସୂଚନା ଥାଉ କି ଗତ ବର୍ଷ ମଧ୍ୟ ଅଇଁଲାପାଲି ଛକଠାରୁ ଏକ ବଡ଼ ଧରଣର କାଠ ଚୋରାଚାଲାଣକୁ ବନବିଭାଗ ଧରିଥିବାବେଳେ ପୁଣି ଥରେ ସଂପୃକ୍ତ ଇଲାକାରୁ କାଠଚୋରା ଚାଲାଣ ଧରିବାରେ ସଫଳ ହୋଇଛି ।



