ଭୁବନେଶ୍ୱର : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ହସ୍ପିଟାଲ ପରିସରରେ ଭୁବନେଶ୍ବର ଏମ୍ସର ସାଟେଲାଇଟ୍ ସେଣ୍ଟର ଉଦ୍ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଉଦ୍ଘାଟନ ଅବସରରେ ଡାକ୍ତର ଓ ରୋଗୀଙ୍କ ସହ ଆଲୋଚନା କଲେ ରାଷ୍ଟ୍ରପତି।


ମାଗଣା ସ୍ବାସ୍ଥ୍ୟ ଶିବିରର ମଧ୍ୟ ଉଦ୍ଘାଟନ କଲେ ରାଷ୍ଟ୍ରପତି ମୁର୍ମୁ। ରାଇରଙ୍ଗପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭବ୍ୟ ସ୍ୱାଗତ ଜଣାଇଲେ ରାଜ୍ୟପାଳ ହରିବାବୁ କମ୍ଭମପତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୋଲିସ ଡିଜି ୱାଇ ବି ଖୁରାନିଆ ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ।




