ଲଇତରା ଗ୍ରାମ ରାସ୍ତା ପାଳିଟିଛି ମରଣଯନ୍ତା ,ନିରବ ଦ୍ରଷ୍ଟ ସାଜିଛି ଜିଲ୍ଲା ପ୍ରଶାସନ
ଭବାନୀପାଟଣା ତା. ୦୫/୦୮ (ଜାଗ୍ରତ ଭାରତ): ନେତା ମନ୍ତ୍ରୀ ଜିଲ୍ଲାର ବିକାଶର ବଡ଼ ବଡ଼ କଥା କହୁଥିବା ସମୟରେ ବାସ୍ତବ ଚିତ୍ର ଓଲଟା ଆଜି ବି କଳାହାଣ୍ଡି ଜିଲ୍ଲାର ଅନେକ ଗାଁ ମୌଳିକ ସୁବିଧାରୁ ବଞ୍ଚିତ। ତାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି କେସିଙ୍ଗା ବ୍ଲକ ଅନ୍ତର୍ଗତ ଲଇତରା ପଞ୍ଚାୟତ ର ଲଇତରା ଠାରୁ ପତ୍ରଫୁଡି କୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ଅସରାଏ ବର୍ଷା ହେଲେ କାଦୁଅ ପଚ ପଚ ହୋଇଯାଉଛି। ଫଳରେ ପ୍ରତିଦିନ ଗ୍ରାମବାସୀଙ୍କୁବା ପଥଚାରି ମାନଙ୍କୁ ଚରମ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। କେସିଙ୍ଗା ବ୍ଲକକୁ ସଂଯୋଗ କରୁଥିବା ଏହି ରାସ୍ତାରେ ସାମାନ୍ୟ ବର୍ଷା ହେଲେ ଘନ କାଦୁଅ ଜମିଯାଏ। ଏହି କାରଣରୁ କଲେଜକୁ ଯାଉଥିବା ଛାତ୍ରଛାତ୍ରୀ, ମହିଳା, ବୃଦ୍ଧବୃଦ୍ଧା, ରୋଗୀ ଓ ଦୈନନ୍ଦିନ କାର୍ଯ୍ୟରେ ବାହାରକୁ ଯାଉଥିବା ଲୋକମାନେ ବିଭିନ୍ନ ଅସୁବିଧାର ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ଅନେକ ସମୟରେ ଲୋକେ କାଦୁଅରେ ଖସି ଆହତ ହେଉଥିବା ମଧ୍ୟ ଅଭିଯୋଗ ହେଉଛି l
ଗ୍ରାମବାସୀଙ୍କ କହିବା ଅନୁସାରେ, ବହୁ ବର୍ଷ ଧରି ଏହି ରାସ୍ତାର ସ୍ଥାୟୀ ଉନ୍ନତି କୋରଣ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇନାହିଁ। ଯାହା ଦ୍ଵାରା ଆଜି ଏହି ଗ୍ରାମର ଯୁବକ ମାନେ ଗଣମାଧ୍ୟମ ଜରିଆରେ ସରକାର ଓ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଗ୍ରାମବାସୀଙ୍କ ଅନୁରୋଧ ଉକ୍ତ ରାସ୍ତାକୁ ଶୀଘ୍ର କଂକ୍ରିଟ କିମ୍ବା ପିଚୁ ରାସ୍ତାରେ ପରିଣତ କରାଯାଉ, ଯାହାଦ୍ୱାରା ବର୍ଷାଦିନରେ ଯାତାୟାତ ସ୍ୱାଭାବିକ ହେବ ଏବଂ ଦୁର୍ଘଟଣାର ଆଶଙ୍କା କମିବ। ଦୀର୍ଘଦିନର ଏହି ସମସ୍ୟା ପ୍ରତି ପ୍ରଶାସନ କେବେ ସକାରାତ୍ମକ ପଦକ୍ଷେପ ନେବ, ତାହାକୁ ନେଇ ସମଗ୍ର ଅଞ୍ଚଳବାସୀ ଏବେ ଅପେକ୍ଷାରେ ରହିଛନ୍ତି।ପୁନଶ୍ଚ ଚେତା
ବନୀ ଦେଇଛନ୍ତି ।
ସମସ୍ୟାର ସମାଧାନ କରାନଯାଏ ତାହାହେଲେ ରାଜରାସ୍ତାକୁ ଓଲ୍ଲାଇବେ ଗ୍ରାମବାସୀ



