ସମ୍ବଲପୁର ଜିଲ୍ଲା ବାମରା ବ୍ଲକ କେଶେଇ ବାହାଲ ପଞ୍ଚାୟତ କେଶେଇ ବାହାଲ୍ ଗ୍ରାମର ଜଣେ ବିଶିଷ୍ଟ ପରିବେଶବିତ୍ ସମାଜ ସେବୀ କବି ପ୍ରତିଭା ରବିନ୍ଦ୍ର କୁମାର ଦାସ ଓ ତାଙ୍କ ଧର୍ମ ପତ୍ନୀ ବିଶିଷ୍ଟ କବିୟତ୍ରି ତୁଳସୀ ମଞ୍ଜରୀ ବହିଦାର ସହିତ ସାକ୍ଷାତକାର।

ସମ୍ବଲପୁର ତା – ୭-୮-୨୦୨୬, ବାମରା ବ୍ଲକ ର ଥାନା ମହୁଲ ପାଲି , କେଶେଇ ଵାହାଲ ଗ୍ରାମର ପ୍ରକୃତି ବନ୍ଧୁ ତଥା ସମାଜ ସେବୀ ରବିନ୍ଦ୍ର କୁମାର ଦାସ ଓ ତାଙ୍କ ଧର୍ମ ପତ୍ନୀ କବିୟତ୍ରୀ ତୁଳସୀ ମଞ୍ଜରୀ ବହିଦାର ସୌଜନ୍ୟ ମୂଳକ ସାକ୍ଷାତକାର ।ସୂଚନା ରୁ ପ୍ରକାଶ ରବିନ୍ଦ୍ର କୁମାର ଦାସ ୧୦ ହଜାର ରୁ ଅଧିକ ପ୍ରତ୍ୟେକ ସ୍କୁଲ ,କଲେଜ ଓ ରାସ୍ତା କଡ଼ରେ ବୃକ୍ଷ ରୋପଣ କରି ଆସୁଛନ୍ତି ଓ ଅନେକ ଜାଗାରେ ବ୍ଲଡ଼ କେମ୍ପ କରି ଆସୁଛନ୍ତି। ଓ ଅନେକ ଅସହାୟ ବୃଦ୍ଧ ବୃଦ୍ଧା ଙ୍କ ସୁବିଧା ପାଇଁ ଲୋକଙ୍କୁ ପ୍ରବତାଇ ଆଁଖି କେମ୍ପ୍ କରିଥାନ୍ତି।ଓ ବୃକ୍ଷରୋପଣ ମଧ୍ୟ କରିଥାନ୍ତି।ଓ ରବିନ୍ଦ୍ର ବାବୁ ଅନେକ ସାହିତ୍ୟ ଅନୁଷ୍ଠାନ ରୁ ମାନ ପତ୍ର ଓ ସମ୍ମାନିତ ହୋଇଛନ୍ତି। ରବିନ୍ଦ୍ର ବାବୁ ଏ କେଶେଇ ଵାହାଲ୍ ଅଞ୍ଚଳ ପାଇଁ ଜଣେ ବହୁମୁଖି ପ୍ରତିଭା ର ଅଧିକାରୀ ହୋଇପାରିଛନ୍ତି।ଓ ତାଙ୍କ ଧର୍ମ ପତ୍ନୀ ତୁଳସୀ ମଞ୍ଜରୀ ବହିଦାର ଜଣେ ବହୁମୁଖି ପ୍ରତିଭା ର ଅଧିକାରୀ ହୋଇ ପାରିଛନ୍ତି।ସେ ୩୦୦ ରୁ ଅଧିକ ସାହିତ୍ୟ ଅନୁଷ୍ଠାନ ରୁ ସମ୍ମାନିତ ହୋଇଛନ୍ତି।ଓ ସାହିତ୍ୟ ସମ୍ବାଦ ଘର ରେଡ଼ିଓ ଷ୍ଟେସନ ରେ ତାଙ୍କ ଲେଖା ଗୀତ ପ୍ରସାରଣ ହୁଏ ଓ ଅନେକ ଶୋକ କବିତା ନିଜେ ରଚନା କରି ଗାଈ ଶୋକ କୂଳ ପରିବାରକୁ ଆଶ୍ୱାସନା ଦେଇ ଥାନ୍ତି।ଏ ଯାଏ ତାଙ୍କ ବହି କବିତା ସାଗର ଓ ଚାରି ଖଣ୍ଡ ବହି ପ୍ରକାଶ ପାଇଛି।ସେ ଜଣେ ସମାଜ ସେବୀ ମହିଳା ଅଟନ୍ତି।ସେ ଆହୁରି ସ୍ଵାମୀ ସ୍ତ୍ରୀ ଦୁଇ ଜଣ ଏକାଠି ହୋଇ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ କୁ ପହଞ୍ଚି ଯାଆନ୍ତି। ତାଙ୍କ ଦୁଇ ଜଣ ଉଦାରତା ପାଇଁ ଜନ ସମାଜ ତାଙ୍କର ଆବଭାବ ସମାଜକୁ ଏକ ଦିଗ ଦର୍ଶନ ଦେବ ବୋଲି ଆଶା କରୁଛୁ। ସମ୍ୱଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀଉଜ।




