ଅନୁଗୋଳରେ ହୋଟେଲ, ଲଜ୍ ଓ ଗେଷ୍ଟ ହାଉସରେ ପୋଲିସର ବ୍ୟାପକ ଯାଞ୍ଚ ଅଭିଯାନ
ରିପୋର୍ଟ: ସୁଶୀଲ କୁମାର ଆଇଚ
ଅନୁଗୋଳ: ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ଏବଂ ସାର୍ବଜନୀନ ଶାନ୍ତି-ଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଅନୁଗୋଳ ପୋଲିସ ପକ୍ଷରୁ ଜିଲ୍ଲାବ୍ୟାପୀ ହୋଟେଲ, ଲଜ୍ ଓ ଗେଷ୍ଟ ହାଉସଗୁଡ଼ିକରେ ଏକ ବ୍ୟାପକ ଯାଞ୍ଚ ଅଭିଯାନ ଚାଲାଯାଇଛି। ଏହି ଅଭିଯାନ ସମୟରେ ପୋଲିସ ଦଳ ପକ୍ଷରୁ ବାସିନ୍ଦାଙ୍କ ପରିଚୟପତ୍ର, ରେଜିଷ୍ଟର ଏଣ୍ଟ୍ରି ଏବଂ ରହଣୀ ସମ୍ପର୍କିତ ତଥ୍ୟର ଘନିଷ୍ଠ ଯାଞ୍ଚ କରାଯାଇଥିଲା।
ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ଉପରେ କଡ଼ା ନଜର ରଖିବା ସହ ହୋଟେଲ ଓ ଲଜ୍ ପରିଚାଳକମାନଙ୍କୁ ସମସ୍ତ ଅତିଥିଙ୍କ ସଠିକ୍ ତଥ୍ୟ ସଂରକ୍ଷଣ ଓ ନିୟମାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ଅପରାଧ ପ୍ରତିରୋଧ, ଆଇନ-ଶୃଙ୍ଖଳା ସୁଦୃଢ଼ କରିବା ଏବଂ ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ଯାଞ୍ଚ ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପୋଲିସ ସୂଚନା ଦେଇଛି।



