ଭାରତୀୟ ଯୋଗ ସଂସ୍ଥାନ ଢେଙ୍କାନାଳ ର କପିଳାସ ଯୋଗ ଜ଼ିଲ୍ଲା,ତରଫରୁ କୋର୍ଟ ସମ୍ମୁଖରେ ଥିବା ଶନିମନ୍ଦିର ପ୍ରାଙ୍ଗଣ ରେ ଆଜି ଦ୍ଵାଦଶ ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ କରା ଯାଇଛି | ଉକ୍ତ ଯୋଗ ଦିବସରେ କପିଳାସ ଯୋଗ ଜିଲ୍ଲା ପ୍ରଧାନ ଶ୍ରୀ ଯୁକ୍ତ ରଘୁନାଥ ତ୍ରିପାଠୀ ଜୀ ଯୋଗ ର ପ୍ରାର୍ଥନା, ଓ ସୁକ୍ଷ୍ମ କ୍ରିୟା କରାଇଥିଲେ, ଯୋଗ ଏକ ଆଧ୍ୟାତ୍ମିକ ଅନୁଶାସନ ବୋଲି କହିଥିଲେ, ଏହା ଶରୀର, ମନ, ଭାବନାକୁ ଠିକ କରିଥାଏ ବୋଲି ସାଧକ ସାଧିକା ମାନଙ୍କୁ ମାର୍ଗ ଦର୍ଶନ କରାଇ ଥିଲେ | ଯୋଗ ଜ଼ିଲ୍ଲାର ମନ୍ତ୍ରୀ ଡ଼ା : ଧର୍ମାନନ୍ଦ ପୃଷ୍ଟି ଜୀ , ଆସନ, ଓ ପରିଚାଳନା ଏବଂ ଭୋଜନ କିପରି ଖାଇବେ ବୁଝାଇଥିଲେ | ଯୋଗ ଜ଼ିଲ୍ଲା ସଂଗଠନ ମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ପ୍ରିୟଦର୍ଶିନୀ ଦେବତା, ପ୍ରାଣାୟାମ ଓ ଶାନ୍ତିପାଠ , ଶ୍ରୀ ଶରତ କୁମାର ଲେଙ୍କା ଜୀ ଆସନ, ଶ୍ରୀମତୀ ସ୍ନେହା ମୟୀ ସଂଗୀତ ଉମେଶ ଜୀ ହସି କ୍ରିୟା କରାଇ ତାର ଲାଭ କହିଥିଲେ, ଏଥିରେ ଅନେକ ସଂଖ୍ୟା ର ସାଧକ ସାଧିକା ଅଂଶ ଗ୍ରହଣ କରି, ଯୋଗାଭ୍ୟାସ କରିଥିଲେ | ଶେଷରେ ଆସନ୍ତା କାଲି କନ୍ତିଓ ପୁଟ ସାହି ଯୋଗ କେନ୍ଦ୍ରରେ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରା ଯିବ| ପ୍ରଚାର କରାଯାଇ ଥିଲା ଶେଷରେ ସଭା ସଙ୍ଗ କରାଯାଇ ଥିଲା |🙏

June 20, 2026/
No Comments


