ବିପୁଳ ପରିମାଣର ବିଦେଶୀ ମଦ ଜବତ : ୧ଗିରଫ
ତାଳଚେର, ୨୧/୦୬ ବରଗଡ଼ ଅଂଚଳର ସିମେଂଟ ନଗରଗ୍ରାମର ଅନାମ ମହାନନ୍ଦଙ୍କ ପୁଅ ରବିନ୍ଦ୍ର ନାଥ ମହାନନ୍ଦ (୪୬) ତାଙ୍କ ଲିଖିତ ଏତଲା ଉପରେ ତାଳଚେର ଥାନା ଏକ ମାମଲା ରୁଜୁକରି ଅଭିଯୁକ୍ତ ଟିକନ ବେହେରାଙ୍କ ନିକଟରୁ କୌଣସି ଲାଇସେନ୍ସ ନଥାଇ ତାଳଚେର ବ୍ଲକ ଅନ୍ତର୍ଗତ କଣ୍ଢାଳ ଗ୍ରାମରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ପୋଲିସ୍ ସୂତ୍ରରୁ ଜଣାପଡ଼ିଛି । ୫୨ଟି ପ୍ରତ୍ୟେକରେ ୬୫୦ ମିଲି ବିଶିଷ୍ଟ ବଡ଼ ୱାଇଜର ମ୍ୟାଗନମ ବିଅର, ୨୮ଟି କିଙ୍ଗଫିସର, ୫ଟି ଫରଷ୍ଟକ ବିଅର, ୧୫ଟି ରୟାଲଚ୍ୟାଲେଞ୍ଜ ଓ ୧୬ଟି ଓଲଡ଼ମଙ୍କ ରମ ଏପରିକି ସର୍ବମୋଟ ୬୦.୮୩୦ ବିଦେଶୀ ମଦ ଓ କିଛି ନଗଦ ଟଙ୍କା ଜବତ କରାଯାଇଛି ।



