କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆରେଞ୍ଜରେ ସହର ମଧ୍ୟରେ ବୁଲିଲେ ହାତୀପଲ।
କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜରେ ସହର ମଧ୍ୟରେ ବୁଲିଲେ ହାତୀପଲ ଲୋକେ ଆତଙ୍କିତ। ଚମ୍ପୁଆ ବସଷ୍ଟାଣ୍ଡ ରେ ପଶିଲେ ହାତୀପଲ। ଗତ ଦୁଇ ଦିନ ତଳେ ଚମ୍ପୁଆ ରେଞ୍ଜର ବାଲିବନ୍ଧ ସେକ୍ସନରୁ ଚମ୍ପୁଆ ସେକ୍ସନକୁ ପଶିଆସିଥିବା ୧୮ ଟିକିଆ ହାତୀ ପଲ ଗତରାତି ଶଶାଙ୍ଗ ବୈତରଣୀ କୂଳରେ ପହଂଚି ଥିଲେ । ବୈତରଣୀ ନଦୀ ପାର ହୋଇ ମୟୁରଭଞ୍ଜ ଯିବାକୁ ଉଦ୍ୟମ ମଧ୍ୟ କରିଥିଲେ। ମାତ୍ର ବୈତରଣୀ ନଦୀ ନଦୀବଢ଼ି ଯୋଗୁ ନଦୀ ପାର ହୋଇନପାରି ହାତୀ ପଲ ଚମ୍ପୁଆ ଏନ୍ଏସି କୁ ପଶି ଆସିଥିଲେ। ଚମ୍ପୁଆ ଏଗାର ନମ୍ବର ଓ୍ବାର୍ଡ ଗଉଡସାହି ମଧ୍ୟ ଦେଇ ହାତୀପଲ ଚମ୍ପୁଆ ବସଷ୍ଟାଣ୍ଡକୁ ପଶି ଆସିଥିଲେ। ଆଜି ସକାଳୁ ସକାଳୁ ଚମ୍ପୁଆ ବସଷ୍ଟାଣ୍ଡରେ ପଶିଲେ । ହାତୀପଲ ଦୀର୍ଘ ଦୁଇଘଣ୍ଟା ରୁ ଅଧିକ ସମୟ ଚମ୍ପୁଆ ବସଷ୍ଟାଣ୍ଡ ଅଞ୍ଚଳରେ ରହିବା ଯୋଗୁ ଲୋକମାନେ ଭୟଭୀତ ହୋଇପଡିଥିଲେ ଖବରପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଘଉଡ଼ାଇବାରୁ ହାତୀପଲ ରାମଲା ଗାଁ ମଧ୍ୟ ଦେଇ ଶଶାଙ୍ଗ ଜଙ୍ଗଲ କୁ ଚାଲିଯାଇଥିବା ନେଇ ସୂଚନା। ଦୀର୍ଘ ଦୁଇଘଣ୍ଟା ଚମ୍ପୁଆ ବସଷ୍ଟାଣ୍ଡ ଆଖପାଖ ଅଞ୍ଚଳରେ ହାତୀପଲ ଘୁରି ବୁଲୁଥିବା ବେଳେ କୈଣସି କ୍ଷୟକ୍ଷତି କରିନାହାନ୍ତି ବାଟରେ ଫେରିବା ବେଳେ ରାମଲା ଗାଁ ରେ ଗୋଟିଏ ଘର ଭାଙ୍ଗି ଥିବା ନେଇ ସୂଚନା । ବନବିଭାଗ ର ଦୀର୍ଘ ସମୟ ଉଦ୍ୟମ ପରେ ହାତୀ ପଲ ରାମଲା ଗ୍ରାମ ମଧ୍ୟଦେଇ ଶଶାଙ୍କ ଜଙ୍ଗଲକୁ ଚାଲିଯାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



