ଢେଙ୍କାନାଳରେ ସାଫ୍ରନ୍ ଫୁଡ୍ କୋ ଉଦ୍ଘାଟିତ

ଢେଙ୍କାନାଳ ଗଣେଶ ବଜାରସ୍ଥିତ ଏଲ୍ଆଇସି ଅଫିସ୍ ସମ୍ମୁଖରେ ନୂଆ ଖାଦ୍ୟ ପ୍ରତିଷ୍ଠାନ ସାଫ୍ରନ୍ ଫୁଡ୍ କୋର ଶୁଭ ଉଦ୍ଘାଟନ ହୋଇଯାଇଛି।
ଏହି ନୂତନ ଫୁଡ୍ କୋର ଉଦ୍ଘାଟନ କରିଥିଲେ ସୁକାନ୍ତି ବେହେରା। ପ୍ରତିଷ୍ଠାନର ମାଲିକ ଗୋପାଳ ବେହେରାଙ୍କ ପକ୍ଷରୁ ଗ୍ରାହକମାନଙ୍କୁ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ପରିବେଷଣର ବ୍ୟବସ୍ଥା କରାଯାଇଛି।
ଏଠାରେ ବିଶେଷକରି ତନ୍ଦୁରି, ଚାଇନିଜ୍ ସହିତ ବିଭିନ୍ନ ଭେଜ୍ ଓ ନନ୍-ଭେଜ୍ ଖାଦ୍ୟ ଉପଲବ୍ଧ ହେବ। ଗ୍ରାହକଙ୍କ ରୁଚି ଓ ଚାହିଦାକୁ ଦୃଷ୍ଟିରେ ରଖି ଖାଦ୍ୟର ଗୁଣବତ୍ତା ଓ ସ୍ୱାଦ ଉପରେ ଗୁରୁତ୍ୱ ଦିଆଯିବ ବୋଲି ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଢେଙ୍କାନାଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ନୂତନ ପ୍ରତିଷ୍ଠାନର ସଫଳତା କାମନା କରିଥିଲେ।



