
ଆନ୍ତର୍ଯ୍ୟାତିକ ନିଶା ନିବାରଣ ଦିବସ ଜିଲ୍ଲା ସ୍ତରୀୟ ଉତ୍ସବ ପାଳିତ
ବାମରା:୨୬/୬: ପଲ୍ଲୀ ଭାରତୀ ୟୁଥ୍ କ୍ଳବ୍,କୁଚିଣ୍ଡା ଓ ସମ୍ବଲପୁର ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ମିଳିତ ଉଦ୍ୟମରେ ଶୋଲବଗାସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିର ସମ୍ଭ କକ୍ଷରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ନିଶା ନିବାରଣ ଦିବସ ପିତା ହୋଇ ଯାଇଛି ।ଏଥିରେ ସମ୍ବଲପୁର ଡି ଏସ ଏସ ଓ ସୌର ମୋହନ ପାଣି ମୁଖ୍ୟଅତିଥି ଓ ଜିଲ୍ଲା ନିଶା ନିବାରଣ ଅଭିଯାନର ସଭାପତି ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ନିଶା ମୁକ୍ତ ବିଶ୍ୱ ଗଠନ ପାଇଁ ପ୍ରଥମେ ଆମ ଜିଲ୍ଲାକୁ ନିଶା ମୁକ୍ତ କରିବାକୁ ପଡିବ ବୋଲି କହି ଥିଲେ ।ସେମାନେ ତାଙ୍କ ବକ୍ତବ୍ୟରେ ନିଶା ନିବାରଣ ଆଇନର ବିଭିନ୍ନ ଦିଗ ଓ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରି ଜନ ସହଯୋଗ କାମନା କରିଥିଲେ । ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି ପଣ୍ଡିତ ଅଲେଖ କୁମାର ପତିଙ୍କ ସଭାପତିତ୍ୱ ଓ ଅବସର ପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷୟିତ୍ରୀ ତୁଳସୀ ମଞ୍ଜରୀ ବହିଦାରଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବର ପ୍ରାରମ୍ଭରେ ନିଶା ନିବାରଣ ଅଭିଯାନ, କୁଚିଣ୍ଡା ଉପଖଣ୍ଡ ଶାଖା ସଭାପତି କରୁଣ। କର କିଷାନ୍ ପ୍ରାରମ୍ଭିକ ସୂଚନା ଦେବା ସହ ଦିବସର ମହତ୍ୱ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପଲ୍ଲୀ ଭାରତୀ ୟୁଥ୍ କ୍ଳବ୍ ର ସଭାନେତ୍ରୀ ଗୋମତୀ ଧାନ ସ୍ଵାଗତ ଭାଷଣ ଓ ମୁଖ୍ୟ କର୍ମୀ ଚନ୍ଦ୍ର ଶେଖର ପଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପାଣି ଅଭିଯାନ ର ଜିଲ୍ଲା ସଭାପତି ଶ୍ରୀ ନାୟକ ଉପଖଣ୍ଡ ସଭାପତି ସଭାପତି ଶ୍ରୀ କିଷାନ୍ , ସୋଲବଗା ଗ୍ରାମର ନାରୀ ସ୍ୱେଚ୍ଛାସେବୀ ମଞ୍ଜୁଲତା କମାର ଓ ମନ୍ଦାକିନୀ ନାଏକ ଙ୍କୁ ନିଶା ନିବାରଣ ଉପରେ ସେମାନଙ୍କ ଉତ୍ସର୍ଗୀକୃତ ଅବଦାନ ପାଇଁ ସମ୍ମାନିତ କରିଥିଲେ ।ଏହି ଅବସରରେ ଉପସ୍ଥିତ ଜିଲ୍ଲାର ବିଭିନ୍ନ ଅଞ୍ଚଳର ସ୍ୱେଚ୍ଛାସେବୀ ଗଣ ନିଶା ନିବାରଣ ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାକୁ ଶପଥ ପାଠ କରିଥିଲେ । ପ୍ରାରମ୍ଭରେ ସ୍ଥାନୀୟ ସ୍ୱେଚ୍ଛାସେବୀ ଗଣ ସ୍ଵାଗତ ସଙ୍ଗୀତ ଗାନ କରିଥିବା ବେଳେ ଅତିଥି ଗଣ ମହାତ୍ମା ଗାନ୍ଧୀ ଓ ଭାରତ ମାତାଙ୍କ ତୈଳ ଚିତ୍ର ସମ୍ମୁଖରେ ଦୀପଦାନ କରି ଦିବସ ବ୍ୟାପୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।ଶେଷରେ ସାମାଜିକ କର୍ମୀ ପଦ୍ମିନୀ ବଙ୍କରା ଧନ୍ୟବାଦ ଅର୍ପଣ କରିଥିଲେ ।ଉତ୍ସବ ଆୟୋଜନରେ ରଜନୀ ଖିଚିଦି, ସୁବୋଦିନି ପଟେଲ ଓ ପଦ୍ମିନୀ ଭୋଇ ସହଯୋଗ କରିଥିଲେ ।




