ତାଳଚେରରେ ଉତର କେନ୍ଦ୍ରାଚଂଳ ଡ଼ିଆଜିଙ୍କ ଦାୟୀତ୍ୱ ଗ୍ରହଣ
ତାଳଚେର, ୨୬/୦୮ ଆଇପିଏସ୍ ଅଧିକାରୀ ଆଶିଷ କୁମାର ସିଂହ ଉତରାକେନ୍ଦ୍ରାଚଂଳ ଡ଼ିଆଇଜି ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି । ୨୦୧୦ ବ୍ୟାଚ୍ ଏହି ଆଇପିଏସ୍ ଅଧିକାରୀ ଟ୍ରେନିଙ୍ଗ ପରେ ନୂଆପଡ଼ାରେ ଏସପିଭାବେ ପ୍ରଥମେ ନିଯୁକ୍ତ ପାଇଥିଲେ । ପରବର୍ତି ସମୟରେ ଦେବଗଡ଼ ବଲାଙ୍ଗୀର, ବରଗଡ଼ ଓ ନୟାଗଡ଼ ଜିଲ୍ଳାର ଏସପି ଭାବେ ଦାୟୀତ୍ୱ ତୁଲାଇଥିଲେ । ଏହାପରେ ସେ କେନ୍ଦ୍ରୀୟ ଡ଼େପୁଟେସନରେ ଯାଇ କେନ୍ଦ୍ର ସରକାରଙ୍କ ଗୃହମନ୍ତ୍ରାଳୟର ବିଭିନ୍ନ ବିଭାଗରେ କାର୍ଯ୍ୟ କରିଥିଲେ । ଡ଼େପୁଟେସନରୁ ଫେରିବା ପରେ ତାଙ୍କୁ ଡ଼ିଆଇଜି ଭାବେ ଦାୟୀତ୍ୱ ଦିଆଯଇଛି । ଦାୟୀତ୍ୱ ଗ୍ରହଣ ପରେ ଶ୍ରୀ ସିଂହ କହିଛନ୍ତି ପୋଲିସ୍ ଓ ଜନସାଧାରଣଙ୍କ ମଧ୍ୟରେ ଉତମ ସମ୍ପର୍କ ଓ ସମନ୍ୱୟ ରୋକିବା ତାଙ୍କର ପ୍ରାଥମିକତା ରହିବ । ଲୋକଙ୍କ ସମସ୍ୟା ଶୁଣି ତାର ଆଶୁ ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଏଠାରେ ଉତର କେନ୍ଦ୍ରାଚଂଳ ଆଇଜି ଭାବେ କାର୍ଯ୍ୟରତ ସତ୍ୟବ୍ରତ ଭୋଇଙ୍କୁ ଭୂବନେଶ୍ୱର ସ୍ଥିତ ଗୁଇନ୍ଦା ଆଇଜି ଭାବେ ବଦଳି କରାଯାଇଛି । ଡ଼ିଆଇଜି ଶ୍ରୀ ସିଂହ ଦାୟୀତ୍ୱ ଗ୍ରହଣ କରିବାପରେ ପୋଳିସ୍ ପକ୍ଷରୁ ଅଭିଭାବଦନ ଜଣାଇଥିଲା ବୋଲି ତାଳଚେର ପୋଳିସ୍ ପକ୍ଷରୁ ଜଣାପଡ଼ିଛି ।

August 26, 2026/
No Comments


