କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣିମଣ୍ଡଳ ଖଣି ମାଫିଆ ମାନଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣି ମଣ୍ଡଳ ସତେ ଯେମିତିକି ଖଣି ମାଫିଆ ମାନଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। କେନ୍ଦୁଝର ଜିଲ୍ଲା ନୟାଗଡ଼ ରେଲୱେ ସାଇଡିଂରୁ ଲୁହାପଥର ଚୋରାଚାଲାଣ ବେଳେ ବାମେବାରୀ ପୋଲିସ ର ଚଢ଼ାଉ ତିନି ଗିରଫ ଜେସିବି ମେସିନ ସହିତ ଲୁହାପଥର ବୋଝେଇ ଟ୍ରକ ଓ ସ୍କର୍ପିଓ ଜବତ। ଗତରାତି ବାମେବାରୀ ଥାନା ଅନ୍ତର୍ଗତ ନୟାଗଡ଼ ରେଲୱେ ସାଇଡିଂରୁ ଲୁହାପଥର ବୋଝେଇ ହୋଇ ଚାଲାଣ ଯୋଜନା ବେଳେ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ଚଢାଉ କରିଥିଲା। ଘଟଣାସ୍ଥଳରୁ ଲୁହାପଥର ବୋଝେଇ ଟ୍ରକ ଏକ ଜେସିବି ମେସିନ ଏକ ସ୍କର୍ପିଓ ଗାଡ଼ି ସହିତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏମାନଙ୍କ ନିକଟରୁ ନଗଦ ତିନି ଲକ୍ଷ ଟଙ୍କା ତିନୋଟି ମୋବାଇଲ ଫୋନ୍ ତିନୋଟି ଓ୍ବାକିଟକି ମଧ୍ୟ ଜବତ୍ କରିଥିବା ନେଇ ସୂଚନା। ଗିରଫ ତିନି ଜଣ ଆନ୍ଧ୍ରପ୍ରଦେଶ ରାଜ୍ୟର ସିଏସ୍ ସୁରେଶ , ରାଉରକେଲା ଅଞ୍ଚଳ ର ବିଭୁଦେନ୍ଦ୍ର ମହାପାତ୍ର ଓ କେନ୍ଦୁଝର ଜିଲ୍ଲା ବାରିଆ ଥାନା ଭୁଇଁ ପୁର ଗ୍ରାମ ର ରାହୁଲ କୁମାର ସେଠୀ ହୋଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



