ଭୁବନେଶ୍ୱର: ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଧାନକିଣା ଅବଧି । ଏ ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ରବି ଧାନ ସଂଗ୍ରହ ପ୍ରକ୍ରିୟା ଆଜି କଣ୍ଟ ପୂରୁଥିଲା । ଜୁନ୍ ୩୦ ଯାଏଁ ଧାନ କିଣା ନେଇ ପୂର୍ବରୁ ନିଷ୍ପତ୍ତି ନେଇଥିଲା ବିଭାଗ। ଚାଷୀଙ୍କ ବହୁ ଦାବି ପରେ ଆଜି ଅବଧି ବଢ଼ାଇଛନ୍ତି ସରକାର। ୨୦ ଲକ୍ଷ ମେଟ୍ରିକ୍ ଟନ୍ ରବି ଧାନ କିଣିବାକୁ ଲକ୍ଷ୍ୟ ରଖିଥିଲେ ସରକର ।
୫ଟି ଜିଲ୍ଲାରେ ଆହୁରି କିଛି ଚାଷୀ ଧାନ ବିକ୍ରି କରିପାରିନଥିବାରୁ ଅବଧି ବୃଦ୍ଧି କରିଛନ୍ତି ସରକାର। ନୂଆପଡ଼ା, ବାଲେଶ୍ବର ସମେତ ୫ ଜିଲ୍ଲାରେ ଧାନ ପଡ଼ି ରହିଛି । ଚଳିତ ରବି ଋତୁରେ ୩ ଲକ୍ଷ ୩୬ ହଜାର ୫୨ କୃଷକଙ୍କ ଠାରୁ ୧୮ ଲକ୍ଷ ୭୯ ହଜାର ୯୧୯ ମେଟ୍ରିକ ଟନ୍ ଧାନ କିଣାହୋଇଛି । ଆସନ୍ତା ୩ ଦିନ ମଧ୍ୟରେ ଦିନ ମଧ୍ୟରେ ସବୁ ଧାନ ଉଠିଯିବ । ଲକ୍ଷ୍ୟ ଧାର୍ଯ୍ୟ ହେବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।



