କଳମଛୁଇଁ ଶିଶୁମନ୍ଦିରର ନୂତନ ବସ ଲୋକାର୍ପିତ
ତାଳଚେର, ୩୦/୦୬ ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଏକ ନୂତନ ବସ ଲୋକାର୍ପିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦୁର୍ଯ୍ୟୋଧନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର କୁମାର ସିଂହ ଓ ସମ୍ମାନୀତ ଅତିଥି ଭାବରେ ସମାଜସେବୀ ଗଗନ ବିହାରୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି ତପନ କୁମାର ସାହୁ, ଯୁଗ୍ମ ସଂପାଦକ ବିକ୍ରମ ଜେନା ଓ କୋଷାଧ୍ୟକ୍ଷ ପଂଚାନନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅତିଥିମାନେ ଫିତା କାଟି ନୂତନ ବସର ଲୋକାର୍ପଣ କରିଥିଲେ । ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ମଙ୍ଗୁଳୁ ଚରଣ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବରିଷ୍ଠ ଆଚାର୍ଯ୍ୟ ଚତୁର୍ଭୂଜ ସାହୁ ଧନ୍ୟବାଦ ଆର୍ପଣ କରିଥିଲେ । ଆଚାର୍ଯ୍ୟ ଅନୀଲ କୁମାର ସାହୁ, କୁମୁଦ ଚନ୍ଦ୍ର ସାହୁ, ଅଭୟ ସାହୁ, ସଞ୍ଜୟ ସାଲିମା, ବସନ୍ତ ମହାନ୍ତି, ମଳୟ ଦାସ, କୁମୁଦ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

June 30, 2026/
No Comments


