ତାଳଚେରରେ ଅଘୋଷିତ ଘନଘନ ବିଜୁଳିକାଟ୍ ଧନଜୀବନ ଅତିଷ୍ଠ
ତାଳଚେର, ୩୦/୦୬ ତାଳଚେର ଭଳି ଏକ ଶିଳ୍ପନଗରୀ ଅଂଚଳରେ ୩ଟି ବୃହତମ ବିଦ୍ୟୁତ କାରଖାନା ରହିଛି । ତାଳଚେର ଅଂଚଳବାସୀଙ୍କୁ ନିରବଚ୍ଛନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ପରିବର୍ତେ ଘନଘନ ବିଜୁଳିକାଟ ପାଇଁ ଅଂଚଳବାସୀ ନାହିଁନଥିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଆକାଶରେ ନାହିଁ ବର୍ଷା, କି ନାହିଁ ବିଜୁଳି ହେଲେ ଏଠାରେ ବିଜୁଳି ସମସ୍ୟା ଉତ୍କଟତର ହେବାରେ ଲାଗିଛି । ଭାରତବର୍ଷରେ ତାଳଚେର ଏକ ଉତପ୍ତ ସହରଭାବେ ପରିଗଣିତ । ଏଠାରେ ଏନଟିପିସି, ଟିଟିପିଏସ୍, ରେଙ୍ଗାଳୀ ଏଥିସହ ଛୋଟଛୋଟ ବିଦ୍ୟୁତ୍ କାରଖାନା ଥିଲେ ମଧ୍ୟ ଏହି କାରଖାନାରୁ ବାହାର ରାଜ୍ୟକୁ ନିରବଚ୍ଛିନ୍ନ ଭାବେ ବିଦ୍ରତ୍ ସେବା ଯୋଗାଇ ଦିଆଯାଏ । ମାତ୍ର ଦୀପତଳ ଅନ୍ଧାର ସଦୃଶ୍ୟ ଭଳି ଏଠାରେ ବାରମ୍ବାର ବିଦ୍ୟୁତ୍ କାଟ ସଦସ୍ୟା ସହିତ ଲୋଭୋଲଟେଜ୍ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ତାଳଚେର ଅଂଚଳରେ ବ୍ୟାପକ ଖଣି କାରଖାନା ରହିଥିବାରୁ ଓ ଏଥିପାଇଁ ଜଙ୍ଗଲ ଗୁଡ଼ିକୁ ପଦା କରି ଦିଆଯାଉଥିବାରୁ ଏଠାରେ ପ୍ରବଳ ଗ୍ରୀଷ୍ମ ଲହରୀ ସହିତ ଗୁଳୁଗୁଳି ଲେଶକଙ୍କୁ ଅସମ୍ଭାଳ କରିଦେଇଥାଏ । ସେସୁ ହାତରେ ପାୱାର ସପ୍ଲାଇ ଦାୟୀତ୍ୱ ରହିଥିବା ବେଳେ ଯେତିକି ବିଦ୍ୟୁତ୍ କାଟ ହେଉନଥିଲା ବର୍ତମାନ ଟାଟା କମ୍ପାନୀ ତାଠାରୁ ବହୁ ଗୁଣାରେ ବିଦ୍ୟୁତ୍ କାଟ ସହିତ ଲୋଭେଲଟେଜ୍ରେ ଅଂଚଳବସୀ ତ୍ରାହିତ୍ରାହି ଡ଼ାକ ଦେଉଛନ୍ତି । ରାଜ୍ୟ ସରକାର ଖରାଦିନରେ ବିଦ୍ୟୁତ୍ କାଟ ନକରିବାକୁ ନିର୍ଦ୍ଦେଶନାମା କରିଥିଲେ ମଧ୍ୟ ତାହା କେବଳ ଲୋକ ଦେଖାଣିଆ ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଖରାଦିନରେ ବିଦ୍ୟୁତ୍ କାଟ କଲେ ସମ୍ପୃକ୍ତ ଅଧିକାରୀଙ୍କୁ କୋଠରୁ କୋଠର ଦଣ୍ଡ ଦେବାପାଇଁ ଘୋଷଣା କରିଥିଲେ । ମାତ୍ର ତାହା ଆଜି ତାଳଚେର ଅଂଚଳରେ ପାଣିରଗାର ସଦୃଶ୍ୟ ହୋଇଛି । ତେଣଉ ତୁରନ୍ତ ଏଦିଗରେ ପଦକ୍ଷେପ ନେବାପାଇଁ ଅଂଚଳବାସୀ ଦାବି କରୁଛନ୍ତି, ନତୁବା ଆଗାମୀ ଦିନରେ ଏକ ବଡ଼ଧରଣର ଜନ ଆନ୍ଦୋଳନକୁ ଏଡ଼ାଇ ଦିଆଯାଇନପାରେ ।

June 30, 2026/
No Comments


