ଭାରତୀୟ ଷ୍ଟେଟବ୍ୟାଙ୍କ ୭୧ତମ ପ୍ରତିଷ୍ଠା ଦିବସ ପାଳିତ
ଢେଙ୍କାନାଳ ଲକ୍ଷ୍ମୀ ବଜାର ସ୍ଥିତ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ୭୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସମସ୍ତ କର୍ମଚାରୀ ଓ ମ୍ୟାନେଜର ସପଥପାଠ କରି ଥିଲେ । ଏହି ଅବସରରେ ଗ୍ରାହକମାନଙ୍କୁ ଲଡୁ ଓ ଚକୋଲେଟ୍ ବଣ୍ଟନ କରାଯାଇଥିଲା। ଭାରତୀୟ ଷ୍ଟେଟବ୍ୟାଙ୍କ ସବୁବେଳେ ଲୋକଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଆସୁଛି। ମୁଖ୍ୟ ପ୍ରବନ୍ଧକ ସତ୍ୟନାରାୟଣ ମାଝୀ ଓ ସମସ୍ତ ବ୍ୟାଙ୍କ କର୍ମଚାରୀଙ୍କ ଉପସ୍ଥିତ ରେ ୭୧ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା।



