ଅର୍ଣ୍ଣ ଦାତାର ଦୁଃଖ ଦେଖିବ କିଏ,ଖୋଲା ଆକାଶ ତଳେ ପଡ଼ିରହିଛି ଧାନ, ବର୍ଷା ରେ ଭିଜିଯାଇଛି ହଜାର ହଜାର କୁଇଣ୍ଟାଲ ମଣ୍ଡିରେ ଧାନ..,…!

ଜୁନାଗଡ଼ (1/06/2026)ବାଲେଶ୍ୱର ସୁନାନୀ ).ଅର୍ଣ୍ଣ ଦାତାର ଦୁଃଖ ବୁଝିବ କିଏ, ଚାଷୀ ଲୋକଙ୍କ ଠାରୁ ହଜାର ହଜାର ଟଙ୍କା କରଜ କରି ଚାଷକରିଥିଲା କିନ୍ତୁ ମଣ୍ଡି ଚାଲିବାରେ ଅସୁବିଧା ଥିବାରୁ ଧାନ ଉଠିବାରେ ବିଳମ୍ବ ହେତୁ ଚାଷୀ ବର୍ଷା ହେବାରୁ ମୁଣ୍ଡ ରେ ହାତ ଦେଇ ବସିଛି, ଏମିତି ଏକ ମଣ୍ଡି ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବାଲିଛଡା ର ଶବ ମଣ୍ଡି ମହିଭରରେ, ରାତ୍ରି ରେ ବର୍ଷା ହେବାରୁ ଧାନ ମଣ୍ଡିରେ ପାଣି ଜମା ରହିଥିବାରୁ ଚାଷୀ ପାଣିକୁ ସଫାକରିବାରେ ବ୍ୟସ୍ତ,ଚାଷୀ ର ଦୁଃଖ ଶୁଣିବ କିଏ, ଚାଷୀ ଧାନ ନ ଯିବାରୁ ମୁଣ୍ଡରେ ହାତ ଦେଇ ଚିନ୍ତା ରେ ବସିଛି, କେବେ ମୋ ଧାନ ଯିବ ମୂଁ କେମିତି ମୋ ପୁଅ ଝିଅ ର ପାଠ ପଢା ଖର୍ଚ୍ଚ କରିବି କେମିତି କରଜ ସୁଝିବି, ଖରିପ ଧାନ କେମିତି କରିବି ସେହି ଚିନ୍ତାରେ ଚାଷୀ,ସରକାରଙ୍କୁ ନିବେଦନ କରିଛନ୍ତି ତୁରନ୍ତ ଆମର ଧାନ ଉଠାନ୍ତୁ, ନ ହେଲେ ଆମେ ମରିଯିବୁ,ବଂଚିବୁ କେମିତି ସେହିଚିନ୍ତାରେ ଚାଷୀ,ସାହୁକାର ଠାରୁ ଆଣିଥିବା କରଜ ଟଙ୍କା କେମିତି ସୁଝିବୁ, ଚାଷ ଖରାରେ ନଷ୍ଟ ହୋଇଯାଇଥିବାରୁ ଚାଷୀ କ୍ଷତି ସହିଛି, ହେଲେ ବର୍ଷହେବାରୁ ମିଲର ମାନେ କଟଣି ଛଟଣି ନ ଦେଲେ ଧାନ ଉଠେଇବୁନି ବୋଲି ଜିଦ ଧରିବାରେ ଲାଗିଛନ୍ତି, ତେଣୁ ଚାଷୀ ଦଲାଲ ର ଶିଖର ହେବାକୁ ପଡୁଛି, ତାହା ଚାଷୀ ମହଲରେ ଭାଲେଣି ପଡିଛି,ଦେଖା ଯାଉ ସରକାର କେତେ ତତ୍ପରତା ଚାଷୀ ପ୍ରତି ଦେକାଉଛନ୍ତି ତାହା ଦେଖିବାକୁ ବାକିରହିଲା!




