ଲଘୁ ଖଣିଜ ଚୋରାଚାଲାଣ ବେଳେ, ଚମ୍ପୁଆ ତହସିଲଦାର ଙ୍କ ଦ୍ଵାରା ଦୁଇଟି ଟ୍ରାକ୍ଟର ଜବତ୍।
କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ଅଞ୍ଚଳରେ ବେଆଇନ୍ ଲଘୁ ଖଣିଜ ଚୋରାଚାଲାଣ ବେଳେ ଚମ୍ପୁଆ ତହସିଲଦାର ଙ୍କ ଦ୍ଵାରା ଦୁଇଟି ଟ୍ରାକ୍ଟର ଜବତ୍।ବେଆଇନ ମୋରମ ଚାଲାଣ। ଦୁଇ ଟ୍ରାକ୍ଟର ଜବତ। ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ସରକାରୀ ସ୍ଥାନରୁ ପ୍ରତିଦିନ ବେଆଇନ ଭାବେ ମୋରମ ଉଠାଇ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିବାରୁ ସରକାର ବ୍ୟାପକ ରାଜସ୍ଵ ହରାଉଥିବା ଦେଖାଯାଇଛି। ବେଆଇନ ଭାବେ ମୋରମ ଚୋରା ଚାଲାଣ ହୋଉଥିବା ସମ୍ପର୍କରେ ପୂର୍ବରୁ ଅନେକ ଥର ଲଘୁ ଖଣି ଅଧିକାରୀଙ୍କ ଠାରୁ ଆରମ୍ଭ କରି ତହସିଲ କତ୍ତ୍ଵପକ୍ଷଙ୍କୁ ମଧ୍ୟ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ଅଭିଯୋଗ ପ୍ରତି ଗୁରୁତ୍ଵ ଦେଉନଥିଲେ। ଯାହା ଫଳରେ ସରକାର ପ୍ରତିଦିନ ରାଜସ୍ଵ ହରାଇ ବସୁଥିଲେ । ତେବେ ଆଜି ବେଆଇନ ଭାବେ ମୋରମ ଚୋରା ଚାଲାଣ କରୁଥିବା ବେଳେ ଚମ୍ପୁଆ ତହସିଲଦାର ନିଜ କାର୍ଯ୍ୟାଳୟ ସମ୍ମୁଖରୁ ୨ ଟ୍ରାକ୍ଟରକୁ ଜବତ କରିଛନ୍ତି । ଟ୍ରାକ୍ଟର ଦୁଇଟି ଚମ୍ପୁଆ ବଜାର ମଧ୍ୟ ଦେଇ ମୋରମ ଚାଲାଣ କରୁଥିବା ବେଳେ ତହସିଲଦାର ଏହି ପଦକ୍ଷେପ ନେଇଛନ୍ତି । ତହସିଲ କାର୍ଯ୍ୟାଳୟ ମଧ୍ୟ ଦେଇ ବେଧଡକ ମୋରମ ଚାଲାଣ କୁ ନେଇ ସ୍ଥାନୀୟ ଲୋକେ ପ୍ରଶାସନ ଉପରେ ସନ୍ଦେହ ପ୍ରକାଶ କରୁଥିଲେ। ଯାହାକୁ ନେଇ ଆଜି ତହସିଲଦାର ବେଆଇନ ଭାବେ ମୋରମ ଚାଲାଣ କରୁଥିବା ଦୁଇ ଟ୍ରାକ୍ଟର କୁ ନିଜ କାର୍ଯ୍ୟାଳୟ ସମ୍ମୁଖରେ ଜବତ କରିଛନ୍ତି। ଫଳରେ ଚୋରା ମୋରମ ବ୍ୟବସାୟୀ ମାନଙ୍କ ମନରେ ଛନକା ପଶି ଯାଇଛି । ଗାଡି ଦୁଇଟି ଜବତ ପରେ ଥାନାର ଜିମା ଦିଆଯାଇ ଲଘୁ ଖଣି ବିଭାଗକୁ ସୂଚନା ଦିଆଯାଇ ଥିବା ନେଇ ଚମ୍ପୁଆ ତହସିଲଦାରଙ୍କ ପକ୍ଷରୁ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



